କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ୯ ଦୋକାନ ସିଲ୍
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):କୋଭିଡ୍ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୯ ଟି ଦୋକାନ ସିଲ୍ । ଜିଲ୍ଲାରେ କଟକଣା କୋହଳ କରାଯାଇଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବାରୁ କଟକଣା କୋହଳ କରାଯାଇଛି । କିନ୍ତୁ କୋଭିଡ୍ ନିୟମ ମାନି ଚଳିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଥିଲେ । ଦୋକାନୀ ମାନଙ୍କୁ ପଞ୍ଚସୂତ୍ରୀ ନିୟମ କଡାକଡି ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଥିଲେ । କିନ୍ତୁ ପଞ୍ଚସୂତ୍ରୀ ନିୟମକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଜିଲ୍ଲା ପ୍ରଶାସନ ଚଢାଉ କରି ବିଭିନ୍ନ ଦୋକାନକୁ ସିଲ୍ କରିଥିବା ସୂଚନା ମିଳିଛି ।