କୋଭିଡ୍ ପରୀକ୍ଷାକୁ ଗ୍ରାମବାସୀଙ୍କ ବିରୋଧ: ପୁଲିସ ସୁରକ୍ଷାରେ ହେଲା ନମୁନା ସଂଗ୍ରହ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାର ମୁକାବିଲା ପାଇଁ ଜିଲା ପ୍ରଶାସନ ତରଫରୁ ପ୍ରତ୍ୟେକ ଗ୍ରାମରେ ସ୍ୱାସ୍ଥ୍ୟ ଟିମ୍ ପହଞ୍ଚି କୋରେନା ଟେଷ୍ଟ ପାଇଁ ନମୁନା ସଂଗ୍ରହ କାର୍ଯ୍ୟ ଜାରି ରଖିଛନ୍ତି। ସୋମବାର ଫିରିଙ୍ଗିଆ ବ୍ଲକ କେଳାପଡା ଠାରେ ସ୍ୱାସ୍ଥ୍ୟ ଟିମ୍ ପହଞ୍ଚି ନମୁନା ସଂଗ୍ରହ କରିବା ପାଇଁ ଯାଇଥିବା ବେଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କେଳାପଡା ପଞ୍ଚାୟତ ଅନ୍ତର୍ଗତ ଗେରୁପଡାରେ ସ୍ଥାନୀୟ ଅଶାକର୍ମି ,ଅଙ୍ଗନବାଡି କର୍ମି ଓ ମହିଳା ସ୍ୱାସ୍ଥ୍ୟ କର୍ମିଙ୍କୁ କେତେକ ଦୁବ୍ୟବହାର କରିଥିବା ଅଶାକର୍ମୀ ସଞ୍ଜୁକ୍ତା କହଁର ଅଭିଯୋଗ କରିଛନ୍ତି। ଏପରିକି ଉକ୍ତ ସାହିର କିଛି ବ୍ୟକ୍ତି ଏହି ଟେଷ୍ଟ ପାଇଁ ନମୁନା ଦେବାକୁ ମନାକରିଦେବା ସହ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଦୁବ୍ୟବହାର ପ୍ରଦର୍ଶନ କରିବା ସହ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିଛନ୍ତି। ସ୍ୱାସ୍ଥ୍ୟ ବିଭାଗ ତରଫରୁ ଦୈନିକ ଚାରୋଟି ସ୍ଥନରେ ସମୁଦାୟ ୮୦ ଜଣଙ୍କର ନମୁନା ସଂଗ୍ରହ କରାଯିବା ପାଇଁ ସ୍ଥିର କରାଯାଇଛି। ଅନ୍ୟପଟେ ଆକ୍ରୋସର ଶିକାର ହୋଇଥିବା ଅଶାକର୍ମୀ, ଅଙ୍ଗନବାଡି କର୍ମୀ ଓ ସ୍ଥାନୀୟ ମହିଳା ସ୍ୱାସ୍ଥ୍ୟ କର୍ମୀ ବ୍ଲକ ପ୍ରଶାସନ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ଫିରିଙ୍ଗିଆ ପୁଲିସ୍ ପହଞ୍ଚି ନମୁନା ସଂଗ୍ରହ ପାଇଁ ସ୍ଥାନ ପରିବର୍ତ୍ତନ କରାଯାଇଥିଲା। ଏହାପରେ ପୁଲିସ ଉପସ୍ଥିତିରେ ହିଁ ଗେରୁପଡା ଅଙ୍ଗନବାଡି କେନ୍ଦ୍ରରେ ସ୍ଥାନୀୟ ଲୋକଙ୍କ ନମୁନା ସଂଗ୍ରହ କରାଯାଇଛି। ଗେରୁପଡା ଗ୍ରାମରେ ଗତ ଦୁଇଦିନ ତଳେ ଜଣେ କରେନା ସଂକ୍ରମିତ ଚିହ୍ନଟ ହେବାପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ