କୋଭିଡ୍ ମେଡିସିନ୍ କଳାବଜାରୀ ରୋକିବାକୁ ରାଜ୍ୟସ୍ତରୀୟ କମିଟି ଗଠିତ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): କୋଭିଡ୍‌-୧୯ର ଚିକିତ୍ସା ଓ ପ୍ରତିରୋଧ ପାଇଁ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀର ମହଜୁଦ ଓ କଳାବଜାରକୁ ରୋକିବା ନିମନ୍ତେ ରାଜ୍ୟ ସରକାର ଏକ ୩ ଜଣିଆ ରାଜ୍ୟସ୍ତରୀୟ କମିଟି ଗଠନ କରିଛନ୍ତି । ସିଆଇଡି କ୍ରାଇମବ୍ରାଂଚର ଅତିରିକ୍ତ ଡିଜିପିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସ୍ୱାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ର‌୍ୟାଙ୍କର ଜଣେ ଅଧିକାରୀ ଓ ଡଗ୍ସ କେଂଟ୍ରାଲର ସଦସ୍ୟ ଆବାହକ ରହିବେ । ସ୍ୱରାଷ୍ଟ୍ର ବିଭାଗ ତରଫରୁ ଉପରୋକ୍ତ ମର୍ମରେ ଶୁକ୍ରବାର ଏକ ବିଜ୍ଞପ୍ତି ଜାରି କରାଯାଇଛି । ଜିଲ୍ଲାସ୍ତରୀୟ କର୍ତୃପକ୍ଷ ବିଭିନ୍ନ ଆବଶ୍ୟକୀୟ ମେଡିକାଲ ସାମଗ୍ରୀର ଉପଲବ୍ଧି ନେଇ ତଦାରଖ କରିବା ସହିତ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ