କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ନିରବ ପ୍ରାର୍ଥନା

ଚମ୍ପୁଆ,( ସମୀର କୁମାର ଦାସ ): କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ଚମ୍ପୁଆ ଉପଖଣ୍ଡର ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯିବା ସହିତ କୋଭିଡ୍ ବିରୁଦ୍ଧରେ ଲଢେଇ ଜାରି ରଖିଥିବା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ପାଇଁ ଶପଥ ପାଠ କରାଯାଇଛି । ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ କୋଭିଡ୍ ଯୋଦ୍ଧାମାନଙ୍କର ପ୍ରତିବଦ୍ଧତା, ନିଷ୍ଠା ଓ ଅହର୍ନିଶ ସେବାକୁ ସ୍ମରଣ କରି ସେମାନଙ୍କର ସର୍ବୋଚ୍ଚ ତ୍ୟାଗକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଜିଲ୍ଲା, ଉପଖଣ୍ଡ, ବ୍ଲକ୍ ଏବଂ ପଂଚାୟତ ତଥା ତୃଣମୂଳସ୍ତରରେ ନୀରବ ପ୍ରାର୍ଥନା କରାଯିବା ସହ ଲେଢଇ ଜାରି ରଖିଥିବା ଯୋଦ୍ଧାମାନଙ୍କୁ ଶପଥ ପାଠ ଜରିଆରେ ଉତ୍ସାହିତ କରାଯାଇଥିଲା । ଏହି ଅବସରରେ ଆଇଟିଡିଏ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳ ତଥା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପ୍ରତାପ ପ୍ରୀତିମୟଙ୍କ ସମେତ ତହସିଲଦାର ଆଲୋକ କୁମାର ପଟେଲ, ଅତିରିକ୍ତ ତହସିଲଦାର ଲଳିତ କୁମାର ନାଏକ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟନ୍ତ କୁମାର ନାଏକଙ୍କ ସମେତ ବରିଷ୍ଠ କର୍ମଚାରୀ କ୍ଷୀରୋଦ କୁମାର ବେହେରା ପ୍ରମୁଖ ଅଂଶ ଗ୍ରହଣ କରି ନୀରବ ପ୍ରାର୍ଥନା କରିବା ସହିତ ଶପଥ ପାଠ କରିଥିଲେ । ସେହିପରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ପ୍ରବୀର ଦେଓ, ବରିଷ୍ଠ କର୍ମଚାରୀ ରାଜକିଶୋର ପଣ୍ଡା, ରାଜେନ୍ଦ୍ର ଦାଶଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ଅଂଶଗ୍ରହଣ କରି ବଳିଦାନ ଦେଇଥିବା କୋଭିଡ୍ ଯୋଦ୍ଧାଙ୍କ ସମ୍ମାନାର୍ଥେ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଏବଂ କୋଭିଡ୍ ବିରୁଦ୍ଧରେ ଲଢେଇ ଜାରି ରଖିଥିବା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ପାଇଁ ଶପଥ ପାଠ କରିଥିଲେ । ସୂଚନାଯୋଗ୍ୟ ଯେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଉପରୋକ୍ତ ନୀରବ ପ୍ରାର୍ଥନା ଏବଂ ଶପଥ ପାଠ କାର୍ଯ୍ୟକ୍ରମ ରାଜ୍ୟସ୍ତରରୁ ଅନୁଷ୍ଠିତ ହୋଇଥିଲା । କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇବା ପାଇଁ ନୀରବ ପ୍ରାର୍ଥନା କରିବା ସହିତ ଲଢେଇ ଜାରି ରଖିଥିବା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ ଓଡିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଥିଲେ । ଏହି ଭୟାନକ କରୋନା ଯୁଦ୍ଧରେ ଯେଉଁ ଯୋଦ୍ଧାମାନେ ବଳିଦାନ ଦେଇଛନ୍ତି, ମାନବ ଜାତି ପାଇଁ ତାଙ୍କର ଏହି ସର୍ବୋଚ୍ଚ ତ୍ୟାଗକୁ ପୁନଃ ସ୍ମରଣ କରିବା ଓ ସମ୍ମାନ ଜଣାଇବା ନିମନ୍ତେ ନିରବ ପ୍ରାର୍ଥନା କରିବାକୁ ନିବେଦନ କରିଥିଲେ । ଶପଥ ପାଠ କୋଭିଡ୍ ଯୁଦ୍ଧରେ ଆମ ପରିବାର ଓ ଆମ ସୁରକ୍ଷା ପାଇଁ କୋଭିଡ୍ ନିୟମର କଡାକଡି ପାଳନ ସଂପର୍କରେ ଏହା ଆମକୁ ଦାୟିତ୍ୱବାନ୍ ଭାବରେ କାର୍ଯ୍ୟ କରିବାକୁ ପ୍ରେରଣା ଦେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ବାର୍ତାରେ କହିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ