କୋଭିଡ୍ ସୁପରିଚାଳନାରେ ପ୍ରମୁଖ ଭୂମିକା ଜିଲ୍ଲାପାଳ ଓ ଏସପିଙ୍କୁ ସମ୍ବର୍ଦ୍ଧନା
ଛତ୍ରପୁର ,(ଦେବଦତ୍ତ ମହାରଣା): ଜିଲ୍ଲାର ଜନସାଧାରଣଙ୍କୁ ଉତ୍ତମ ସେବା ହେଉ ଅବା କୋଭିଡ୍ ମହାମାରୀ ସମୟରେ ସଠିକ୍ ପରିଚାଳନା ଏବଂ ଜିଲ୍ଲା ବାସୀଙ୍କ ଜୀବନ ସୁରକ୍ଷା ରଖିବା ଦିଗରେ ଅଗ୍ରଣୀୟ ଭୂମିକା ଗ୍ରହଣ କରିଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏବଂ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏଙ୍କୁ ୭୨ ତମ ସାଧାରଣ ତନ୍ତ୍ର ଦିବସ ଅବସରରେ ଶକ୍ତି ଏଜୁକେସନ୍ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୁଲ୍ୟରେ ପରିଚାଳିତ ହେଉଥିବା ଛତ୍ରପୁରର ଆନ୍ତଃର୍ଜାତିକ ମାର୍କା ୟୁରୋ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ସ୍ଥାନୀୟ ପୁଲିସ ପଡିଆ ଠାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ରାଜ୍ୟ ଯୋଜନା ଓ ସଂଯୋଜକ ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଦ୍ୱାରା ସ୍କୁଲର ଅଧ୍ୟକ୍ଷ ତଥା ଆଇନଜିବୀ ରଂଜନ ମହାପାତ୍ର ଓ ମୁଖ୍ୟ ପୃଷ୍ଠପୋଷକ ସସ୍ମିତା ମହାପାତ୍ର , ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲାଇ ଓ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡାଙ୍କ ଉପସ୍ଥିତିରେ ଏହି ଦୁଇ ଅଧିକାରୀଙ୍କୁ ପ୍ରଶଂସା ପତ୍ର ସହ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ସ୍କୁଲ ପକ୍ଷରୁ ପୂର୍ବରୁ ମଧ୍ୟ କରୋନା ମହାମାରୀ ସମୟରେ ଲୋକଙ୍କୁ ମାସ୍କ ବଣ୍ଟନ କରାଯିବା ସହ ଲୋକଙ୍କୁ ସଚେତନ ମଧ୍ୟ କରାଯାଇଥିଲା ।