କୋଭିଡ୍ ହସ୍ପିଟାଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ବେତାଗୁଡା ଠାରେ ଥିବା କୋଭିଡ୍ ହସ୍ପିଟାଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ସେଠାରେ ରହୁଥିବା କେତେକ ଅନ୍ତେବାସୀମାନେ ଏହା ଅଭିଯୋଗ କରିଛନ୍ତି । କରୋନା ପାଇଁ ଯେଉଁ ଭଳି ପୁଷ୍ଟିକର ଖାଦ୍ୟ ଦେବାକଥା ସେଭଳି ଖାଦ୍ୟ ଦିଆଯାଉନାହିଁ । ସେଠାରେ ଯେଉଁ ରୁଟି ଦିଆଯାଉଛି ସେଗୁଡିକ ଅଧା ସିଝା ଏବଂ ପାଟିକୁ ଖଟାଳିଆ ସ୍ୱାଦ ଲାଗୁଛି ବୋଲି ଅଭିଯୋଗ କରାଯାଇଛି । ଆଜି ବୁଧବାର ମଧ୍ୟାହ୍ନ ୨ଘଣ୍ଟା ସୁଦ୍ଧା କୌଣସୀ ପ୍ରକାର ଖାଦ୍ୟ ଏହି ହସ୍ପିଟାଲରେ ରହୁଥିବା ରୋଗୀଙ୍କୁ ଦିଆଯାଇ ନାହିଁ ବୋଲି ସେଠାକାର ଅନ୍ତେବାସୀମାନେ ଫୋନ୍ ଯୋଗେ ଖବରଦାତା ମାନଙ୍କୁ ସୁଚନା ଦେଇଛନ୍ତି । ଏ ସମ୍ପର୍କରେ ଏଡିଏମ କରୁଣାକର ରାଇକାଙ୍କୁ ପଚାରିବାରେ ସେ କହିଛନ୍ତି ଯେ,ଏ ସମ୍ପର୍କରେ ଅନୁଧ୍ୟାନ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବ ।


