କୋଭିଡ୍ ହେଲ୍ପଲାଇନ୍ ନମ୍ବରକୁ ଆସୁଛି ଫେକ୍ କଲ୍
ଭୁବନେଶ୍ୱର, (ୱାଇଏନ୍ଏସ୍): କୋଭିଡ୍ ପାଇଁ ଖୋଲିଥିବା ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ୧୦୪କୁ ଆସୁଛି ଫେକ୍ କଲ୍ । ଏନେଇ ୧୦୪ ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ ହୋଇଛି । କଲ୍ ସେଂଟରର ମହିଳା କର୍ମଚାରୀ ଓ ମହିଳା ଡାକ୍ତରଙ୍କ ସହ କଥା ହେବା ବାହାନାରେ ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି । ଏନେଇ ୧୦୪ ହେଲ୍ପଲାଇନ୍ ପରିଚାଳନା ଦାୟିତ୍ୱରେ ଥିବା କମ୍ପାନୀ ଜିକିତଜା ହେଲଥ୍ କେୟାର ପକ୍ଷରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏତଲାରେ ୫୦ରୁ ଅଧିକ ଏଭଳି କଲ ଆସିଥିବା ୩୦ଟି ନମ୍ବର ଉଲ୍ଲେଖ ରହିଛି । ଏଥିମଧ୍ୟରୁ ଗୋଟିଏ ନମ୍ବରରୁ ୪୯୨ ଥର, ଅନ୍ୟ ଏକ ନମ୍ବରରୁ ୨୦୧ ଥର କଲ ଆସିଥିବା ଉଲ୍ଲେଖ ରହିଛି । ଦଶଟି ନମ୍ବରରୁ ୧୦୦ରୁ ଅଧିକ ଥର କଲ ଆସିଥିବା ଅଭିଯୋରେ ଲେଖାଯାଇଛି । ୨୦୨୧ ଜାନୁଆରୀରୁ ମେ’ ମାସ ମଧ୍ୟରେ ଏହି ସବୁ କଲ ଆସିଛି ।


