କୋଭିଡ୍-୧୯ର ସ୍ଥିତିକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ଜରୁରୀକାଳୀନ ବୈଠକ
ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ପ୍ରବାସୀ ମାନଙ୍କ ଘର ବାହୁଡ଼ା ସଂଖ୍ୟା ବଢୁଥିବା ସହ ଜିଲ୍ଲାରେ କୋରୋନା ସଂକ୍ରମଣ ବୃଦ୍ଧିର ସମ୍ଭାବନାକୁ ନେଇ ଆଜି ମାନ୍ୟବର ରାଜସ୍ବ ମନ୍ତ୍ରୀ ଶ୍ରୀ ସୁଦାମ ମାରାଣ୍ଡି ଭୁବନେଶ୍ୱର ଗସ୍ତ ପୂର୍ବରୁ ଜିଲ୍ଲାରେ କୋଭିଡ୍-୧୯ ର ସ୍ଥିତିକୁ ନେଇ ଏକ ଜିଲ୍ଲାସ୍ତରୀୟ ଜରୁରୀକାଳୀନ ବୈଠକ ଡକାଇଥିଲେ। ଏହି ବୈଠକରେ ମାନ୍ୟବର ମନ୍ତ୍ରୀ ଜିଲ୍ଲାକୁ ଫେରୁଥିବା ପ୍ରବାସୀ ମାନଙ୍କୁ ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିବା ସହ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ସ୍ଥିତିକୁ ଦାୟିତ୍ୱରେ ଥିବା ଅଧିକାରୀମାନେ ସଫଳତାର ସହିତ ପରିଚାଳନା କରୁଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଏବଂ ସାଧୁବାଦ୍ ଜଣାଇଥିଲେ। ଏହି ବୈଠକରେ ଜିଲ୍ଲାପାଳ ବିନିତ୍ ଭରଦ୍ୱାଜ,ଏସପି ପର୍ମାରସ୍ମିଥ ,PD DRDA, CDMO, ସମସ୍ତ ADM, Sub-Collector ମାନେ ଉପସ୍ଥିତ ଥିଲେ।


