କୋଭିଡ୍ ୩ୟ ଲହର ମୁକାବିଲା ପାଇଁ ପ୍ରଶାସନ ସଜାଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲାରେ କୋଭିଡର ୩ୟ ଲହରର ମୁକାବିଲା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ସମ୍ପୁର୍ଣ୍ଣ ସଜାଗ ଓ ପ୍ରସ୍ତୁତ ରହିଛନ୍ତି ବୋଲି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ସୁଚନା ପ୍ରଦାନ କରିଛନ୍ତି । ଗତକାଲି ଜିଲ୍ଲାପାଳ ଶ୍ରୀ ପଣ୍ଡା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ସ୍ତରୀୟ ଡାକ୍ତରଖାନା ସମେତ ବେତାଗୁଡା କୋଭିଡ କେୟାର ସେଣ୍ଟେର,ରାଜସୀତାପୁର ଗ୍ରାମରେ ଥିବା କୋଭିଡ ଡାକ୍ତରଖାନା ଆଦି ପରିଦର୍ଶନ ଓ ଅନୁଧ୍ୟାନ କରିଛନ୍ତି । ଜିଲ୍ଲାପାଳଙ୍କ ସହିତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏବଂ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.ପ୍ରଦୀପ କୁମାର ପଣ୍ଡା ଏଥିରେ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲାପାଳ ଏଗୁଡିକୁ ପରିଦର୍ଶନ କରିବା ସମୟରେ କରୋନାର ୩ୟ ଲହର ସମୟରେ ଜନସାଧାରଣଙ୍କୁ କିପରି ଭାବେ ସମସ୍ତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇପାରିବ ଏବଂ ଏହି ଡାକ୍ତରଖାନା ଗୁଡିକରେ କେଉଁ କେଉଁ ବ୍ୟବସ୍ଥା ରହିଛି ତାହାର ସମିକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ