କୋଭିଡ ଆଇନ ଅନୁଯାୟୀ ପାଳିତ ହେବ ଦୁର୍ଗାପୂଜା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଚଳିତବର୍ଷ ମା ସିଂହବାହିନୀଙ୍କ ପୂଜା ଉତ୍ସବ କୋଭିଡ ଆଇନ ଅନୁଯାୟୀ ପାଳିତ ହେବବୋଲି ଜଣାପଡିଛି । ବ୍ଲକର ପାଟୁଳି, ମଞ୍ଜୁରୀରୋଡ, ସରସଦା ଓ ଭଣ୍ଡାରିପୋଖରୀ ବଜାର ଠାରେ ପ୍ରତ୍ୟକ ବର୍ଷ ବେଶ ଧୁମଧାମରେ ସିଂହବାହିନୀଙ୍କ ପୂଜାଉତ୍ସବ ପାଳିତ ହୋଇଥାଏ । ଏହାଛଡା ବ୍ଲକର ନିର୍ଗୁଣ୍ଡି ଠାରେ ପ୍ରସିଦ୍ଧ ନିର୍ଗୁଣ୍ଡି ବଡଦାଣ୍ଡ ପୂଜା କମିଟି, କୁଣ୍ଡସାହି ଦୁର୍ଗାପୂଜା କମିଟି, ହାଟସାହି ଦୁର୍ଗାପୂଜା କମିଟି, ମାଘପାଳ ଦୁର୍ଗାପୂଜା କମିଟି ଓ ନାଗପାଳ ବଡଦାଣ୍ଡ ପୂଜା କମିଟି ପକ୍ଷରୁ ପାଞ୍ଚରୁ ସାତଦିନ ଧରି ବେଶ ଧୁମଧାମରେ ପୂଜା ଉତ୍ସବ ପାଳିତ ହୋଇଥାଏ । କରୋନା ମହାମାରୀ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପୂଜା କମିଟିକୁ ନିରାଡମ୍ବର ଭାବେ ଉତ୍ସବ ପାଳନ କରିବାକୁ ସରକାର ଓ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଅନେକ ଜାଗାରେ କମିଟି ପକ୍ଷରୁ ଏଯାଏଁ ମାଆଙ୍କ ମୃଣ୍ଣୟୀ ମୂର୍ତ୍ତୀ ନିର୍ମାଣ ହୋଇନଥିବାବେଳେ ନିର୍ଗୁଣ୍ଡି ଠାରେ କେବଳ ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରତ୍ୟକ ବର୍ଷ ମାଆଙ୍କର ବିରାଟ ମୂର୍ତ୍ତି ନିର୍ମାଣ ହେଉଥିବାବେଳେ ଚଳିତବର୍ଷ କିନ୍ତୁ କୋଭିଡ ଆଇନ ଅନୁଯାୟୀ ମୂର୍ତ୍ତୀ ନିର୍ମାଣ ହେଉଥିବା କମିଟି ସଦସ୍ୟ ସୁରେନ୍ଦ୍ରନାଥ ପାଲ ପ୍ରକାଶ କରିଛନ୍ତି । ଏହାଛଡା ତୋରଣ ନିର୍ମାଣ, ସାଜସଜ୍ଜା ଓ ଡାକବାଜି ବ୍ୟବହାର ଉପରେ କଟକଣା ରହିଥିବାରୁ ସେଗୁଡିକୁ ପୂଜା କମିଟି ପାଳନ କରିବେ ବୋଲି ଜଣାପଡିଛି । କେବଳ ବୈଦିକ ମତେ ମାଆଙ୍କର ଷଷ୍ଠୀ ପୂଜା ଠାରୁ ଦଶମୀ ପୂଜା ଯାଏଁ ନିରାଡମ୍ବର ଭାବେ ଉତ୍ସବ ଅନୁଷ୍ଠିତ ହେବବୋଲି ନିର୍ଗୁଣ୍ଡି ଗ୍ରାମର ବିଭିନ୍ନ ପୂଜା କମିଟି ସଦସ୍ୟ ମାନସ ଦାସ, ତପନ ଦାସ, ବଳରାମ ଦାସ, ଶତ୍ରୁଘନ ଦାସ, ପ୍ରଶାନ୍ତ ଦାସ, ପଦ୍ମନାଭ ଦାସ, ଶରଥ କୁଣ୍ଡୁ ପ୍ରମୁଖ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ