କୋଭିଡ କଟକଣା କୋହଳ ପରେ ଖୋଲିଲା ମନ୍ଦିର ଭକ୍ତଙ୍କ ଭିଡ

ମୋହନା ,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ୯ ମାସ ଧିି ବନ୍ଦ ରହିଥିବା ବିଭିନ୍ନ ଧାର୍ମିକ ସ୍ଥଳୀ ଗୁଡିକ କୋଭିଡ କଟକଣା ପାଇଁ ବନ୍ଦ ରହିଥିଲା ଭକ୍ତଙ୍କୁ ଦର୍ଶନ ମନା । ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ କୋଭିଡ କଟକଣାକୁ କୋହଳ କରି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ଧାର୍ମିକ ସ୍ଥଳୀ ଗୁଡିକ ଖୋଲାଯାଇଛି । ମାଘ ମାସର ଦ୍ୱିତୀୟ ସୋମବାର ବିଭିନ୍ନ ଶୈବ ପୀଠ ଗୁଡିକରେ ଶୈବ ଭକ୍ତମାନଙ୍କର ଭିଡ ଜମିଥିଲା । ବହୁ ଦିନ ପରେ ଭକ୍ତ ଓ ଭଗବାନଙ୍କର ମିଳନ ହୋଇଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୋହନା, ଚାନ୍ଦିପୁଟ, ଚନ୍ଦ୍ରଗିରି, ଅଡବା, ବିରିକୋଟ, ବେଲବଣିଆ, କେଶରା ଭଳି ବିଭିନ୍ନ ଶୈବ ପିଠରେ ଭକ୍ତଙ୍କ ଭିଡ ଜମିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ