କୋଭିଡ କଟକଣା ଭିତରେ ଛେନାପଦି ବିଶ୍ୱତାରିଣୀ ମନ୍ଦିରରେ ଚଇତିପର୍ବ  

ହାଟଡ଼ିହି, (ବିକାଶ ବିଶ୍ୱାଳ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲଜ ଛେନାପଦିଛକରେ ଥିବା ମା ବିଶ୍ୱ ତାରିଣୀଙ୍କ ମନ୍ଦିରରେ ପ୍ରସିଦ୍ଧ ଚଇତିପର୍ବ କୋଭିଡ କଟକଣା ଅନୁଯାୟୀ ଅନୁଷ୍ଠିତ ହୋଇଯାଇଛି । କୋଭିଡ କଟକଣା ଅନୁଯାଇ ମନ୍ଦିରକୁ ଯାଉଥିବା ଭକ୍ତ ମାନଙ୍କ ପାଇଁ ମାକ୍ସ ବାଧ୍ୟତାମୁଳକ କରାଯାଇଥିବାବେଳେ ଭକ୍ତ ମାନଙ୍କ ମଧ୍ୟରେ ସାମାଜିକ ଦୁରତା ରଖାଯିବା ଉପରେ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । କଟକଣା ସତ୍ତ୍ୱେ ଆଜି ମାଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ଗତକାଲି ରାତିରେ ମାଙ୍କର ସୁନାବେଶ ଅନୁଷ୍ଠିତ ହୋଇଥିବାବେଳେ ଆଜି ସକାଳୁ ମାଙ୍କ ନିକଟରେ ଶୋଡଷ ଉପଚାରରେ କରାଯିବାପରେ ମଙ୍ଗଳ ଆଳତୀ, ପହିଲିଭୋଗ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ମଧ୍ୟାହ୍ନରେ ମାଙ୍କ ପାଖରେ ପଣାଲାଗି କରାଯାଇଥିଲା । ଭକ୍ତମାନେ ନିଜ ନିଜର ମାନସିକ ପୁରଣ ପାଇଁ ମାଟିଘୋଡା ସ୍ଥାପନ କରୁଥିଲେ । ମାଙ୍କ ପୂଜକ ଦଳଧର ଦେହୁରୀ, ଚଢ଼େଇ ଦେହୁରୀ, ନାଣ୍ଡୁ ଦେହୁରୀ ପ୍ରମୁଖ ମାଙ୍କ ପାଖରେ ପୂଜାର୍ଚ୍ଚନା କରୁଥିଲେ । ସେହିପରି ମନ୍ଦିର ପରିସରରେ ବିଶ୍ୱଶାନ୍ତି ଯଜ୍ଞ ପାଇଁ ସକାଳ ୮ ବେଳେ ନିକଟସ୍ଥ ଅଣାଧୁନୀ ମଠ ପୋଖରୀରୁ ଘଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ବଜାର ପରିକ୍ରମା କରାଯିବା ପରେ କଳଶ ଗୁଡିକୁ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ପଣ୍ଡିତ ବାବୁଲା ଆଚାର୍ଯ୍ୟ, ଜଗମୋହନ ମିଶ୍ର, ଦାସରଥି ଦେବତାଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇ ହୋମଯଜ୍ଞ ଅନୁଷ୍ଠିତ ହେବାସହ ଘୃତାହୁତୀ ପ୍ରଦାନ କରାଯାଇଥିଲା । ମହେଶ୍ୱର ସା, ସରୋଜ କୁମାର ଚକ୍ର, ସୁଧାକର ଓଝା, ସଞ୍ଜୟ କୁମାର ପତି, ପ୍ରକାଶ ନାୟକ, ଶୁକଦେବ ସ୍ୱାଇଁ, ବଳରାମ ସାହୁ, ପ୍ରମୋଦ କୁମାର ନାୟକ , ଆକାଶ ସା ପ୍ରମୁଖ କର୍ତ୍ତାଭାବେ ସାମିଲ ହୋଇଥିବାବେଳେ କୃଷ୍ଣଚନ୍ଦ୍ର ଜେନା, ପଞ୍ଚାନନ ବେହେରା, କିଶୋର ଆଚାର୍ଯ୍ୟ, ଦେବେନ୍ଦ୍ର କୁମାର ଜେନା, ସୁବାସ ଚନ୍ଦ୍ର ଓଝା, ଅମିୟ ନାୟକ, ହିମାଶୁଂ ନାୟକ ତ୍ରିଲୋଚନ ସା, ଦେବେନ୍ଦ୍ର ସା, ପ୍ରକାଶ ବେହେରା, ସନ୍ୟାସୀ ସା, କାର୍ତ୍ତିକେଶ୍ୱର ସାହୁ, ବିନୟ ନାୟକ, ପଙ୍କଜ ଗୁପ୍ତା, ସତିଶ ଯାଦବ, ଲିପୁ ଦଳେଇ, ଦୁର୍ଯ୍ୟୋଧନ ସାହୁ, ନିରୁପମା ମିଶ୍ର, ଉଦୟନାଥ ସ୍ୱାଇଁ, ସୁବାସ ଓଝା, ସୌମ୍ୟ ରଞ୍ଜନ ଜେନା, ଚକ୍ରଧର ସାହୁ, ବିକାଶ ବିଶ୍ୱାଳ, ରବିନ୍ଦ୍ର ବେହେରା, ହଳଧର ଜେନା, ଗୋବିନ୍ଦ ଚନ୍ଦ୍ର ସାହୁ, ସୁଧିର ବିଶ୍ୱାଳ, ରତ୍ନାକର ସାହୁ, ଯୁବରାଜ ସାମଲ, ଶଶିଭୁଷଣ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚଳନା କରିଥିଲେ । ସକାଳୁ ସନ୍ଧ୍ୟା ଯାଏ ମାଙ୍କ ନିକଟରେ ଭଜନ କିର୍ତ୍ତନ କରାଯିବା ସହ ଭକ୍ତ ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ