କୋଭିଡ କଟକଣା ଯୋଗୁଁ ଫିକା ପଡିଲା ଗଣେଶ ପୂଜା

ହାଟଡିହି,(ଓ୍ବାଇଏନ୍ଏସ୍) : ଗଣେଶପୂଜା ଓ ଭାଲୁକାଣି ଭୂଜା ଉପରେ କୋଭିଡ କଟକଣା ଲାଗୁ ହେବାପରେ ଆଜି ଗଣେଶ ପୂଜା ଫିକା ପଡିଛି । ସାଧାରଣତଃ ସ୍କୁଲ କଲେଜ, କ୍ଲବ ମାନଙ୍କରେ ଏହା ବଡ ଧୁମଧାମରେ ପାଳିତ ହେଉଥିବାବେଳେ ଚଳିତବର୍ଷ ଏହା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରିକରାଯିବା ପରେ ଆଜି କୌଣସି ସ୍କୁଲ କଲେଜରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପୂଜା କରାଯାଇ ନାହିଁ । କେଉଁଠି କେମିତି ସ୍କୁଲ ଶିକ୍ଷକ ମାନଙ୍କ ଦ୍ୱାରା ବିଧିବ୍ୟବସ୍ଥା ଅନୁଯାଇ କେବଳ ପୂଜା କରାଯାଇଥିବାବେଳେ କ୍ଲବ ମାନଙ୍କରେ ସାର୍ବର୍ଜନୀନ ପୂଜାବ୍ୟବସ୍ଥାକୁ ବନ୍ଦ କରାଯାଇ ଜଣେ ଦୁଇଜଣ ସଦସ୍ୟଙ୍କ ଦ୍ୱାରା ପୂଜାକାର୍ଯ୍ୟ କରାଯାଇଛି । ଅଧିକାଶଂ ସ୍ଥାନରେ କେବଳ ଫଟୋ ପୂଜା କରାଯାଉଥିବା ଦେଖିବାକୁ ମିଳିଛି । କୌଣସି ସ୍ଥାନରେ ମେଢ଼ କରାଯାଇ ନଥିବାବେଳେ ମଣ୍ଡପରେ ମଧ୍ୟ ଯାକଜମକରେ ପ୍ରଭୂଙ୍କ ପୂଜାର ଦର୍ଶନ ମିଳିନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ