କୋଭିଡ ନିୟମ ଉଲଘ୍ନନରେ ଦରମା ବନ୍ଦ ସମେତ କାରଣ ଦର୍ଶାଅ ନୋଟିସ ଜାରି

ମୋହନା,(ଅଂଶୁମାନ ପଣ୍ଡା): ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଗଣଶିକ୍ଷା ମନ୍ତ୍ରୀଙ୍କ ଚିଠି ଅନୁଯାୟୀ ୮.୦୧.୨୦୨୧ରେ ବିଦ୍ୟାଳୟ ଖୋଲିବା ପାଇଁ ନିୟମାବଳୀ କରାଯାଇଥିଲା ଏହା ସହ ଏହାର ୩ ଦିନ ପୂର୍ବରୁ ବିଦ୍ୟାଳୟଗୁଡିକ ସଫାସୁତରା ରଖିବା ସହ ସାନିଟାଇଜର, ସାମାଜିକ ଦୂରତା, ଡିଜିଟାଲ୍ ଥର୍ମାସର ବ୍ୟବହାର କରି ଗୋଟିଏ ବର୍ଷର ପାଠକୁ ୧୦୦ ଦିନରେ ପୂରା କରିବା ସହ ରବିବାର ମଧ୍ୟ ବିଦ୍ୟାଳୟ ଖୋଲା ରହିବ ବୋଲି ନିୟମ ଲାଗୁ କରାଯାଇଛି । ହେଲେ ଏହି ନିୟମକୁ ଉଲଘ୍ନନ କରିଲେ ସରକାର ନିୟମ ଅନୁଯାୟୀ ଉଚିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ୮ ତାରିଖରେ ବିଦ୍ୟାଳୟ ଖୋଲିବା ଦିନ ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ ବିଭିନ୍ନ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏହି ଅବସରରେ ମୋହନା ଉଚ୍ଚ ବିଦ୍ୟାଳୟ (ଅନୁସୁଚିତ ଜାତି ଓ ଜନଜାତି) ୧୦ ଟା ୨୦ମି ସମୟରେ ଖୋଲିବା ସହ ସାନିଟାଇଜର, ଡିଜିଟାଲ ଥର୍ମାସ, ସଫା ସୁତରା ନଥିବା ଦେଖି ପ୍ରଧାନ ଶିକ୍ଷକଙ୍କୁ ପଚାରିଥିଲେ ଜିଲ୍ଲା ମଙ୍ଗଳ ଅଧିକାରୀ କିନ୍ତୁ ପ୍ରଧାନ ଶିକ୍ଷକ ସନ୍ତୁଷ୍ଟ ଜନକ ଉତର ନଦେବା ସହ ଗୋଟିଏ ପିଓନ ଉପସ୍ଥିତ ନଥିବା, ସଫା ସୁତରା ନକରିଥିବା କାରଣରୁ ୩ ଜଣ ପିଓନ ସମେତ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସେହିପରି ନୁଆଗଡ ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିନା କାରଣରେ ୩ ଜଣ ଶିକ୍ଷକ ଉପସ୍ଥିତ ନଥିବାରୁ ସେମାନଙ୍କର ମଧ୍ୟ ଦରମା ବନ୍ଦ କରିବା ସହ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ । ପ୍ରକାଶ ଥାଉକି ଏହି ବିଦ୍ୟାଳୟରେ ଆଜକୁ ୧୩ ବର୍ଷ ଧରି ରହି ଆସୁଥିବା ପିଓନ ଭାସ୍କର ତ୍ରିପାଠୀ ନିଜର ଦବଦବା ବଜାଇ ରଖିଛନ୍ତି । ଏପରିକି ବିଦ୍ୟାଳୟରେ ପ୍ରତ୍ୟେକ କ୍ଷେତ୍ରରେ ସେ ଯାହା ଚାହାନ୍ତି ପ୍ରଧାନ ଶିକ୍ଷକ ବାଧ୍ୟ ହୁଅନ୍ତି ଏହା ସହ କୌଣସି ପ୍ରକାର ଛାତ୍ରଛାତ୍ରୀଙ୍କୁ ଜଇନ କରିବା ସମୟରେ ପ୍ରଧାନ ଶିକ୍ଷକଙ୍କୁ ସାକ୍ଷାତ କରିବାକୁ ଗଲେ ପିଓନ ତ୍ରିପାଠୀ ନିଜ ମନମୁତାବକ ଦୁବ୍ୟବହାର କରି ଅଭିଭାବକ ମାନଙ୍କୁ ହଇରାଣ ହରକତ କରି ସିଧା ସଳଖ ମାନକରିଦିଅନ୍ତି ଜଇନ କରାଯିବ ନାହିଁ । ତେଣୁ ଏଭଳି ପିଓନ ତ୍ରିପାଠୀଙ୍କୁ ଦରମା ବନ୍ଦ କରିବା ଦଣ୍ଡ ଯଥେଷ୍ଟ ନୁହ ତୁରନ୍ତ ତାଙ୍କୁ ଦର୍ଗମ ଅଂଚଳଙ୍କୁ ବଦଳି କରି ଦିଆଯାଉବୋଲି ସାଧାରଣରେ ଦାବି ହେବା ସହ ନବନିର୍ମାଣ ସୁରକ୍ଷା ମଂଚ ସଭାପରି ନିର୍ମଲ କୁମାର ପାଲ ମତପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ