କୋଭିଡ ନିୟମ କଡାକଡି : ଛତ୍ରପୁରରେ ପ୍ରଶାସନିକ ଅଧିକାରୀଙ୍କ ସହର ପରିକ୍ରମା

ଛତ୍ରପୁର (ଦେବଦତ୍ତ ମହାରଣା) ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଜାରି ହୋଇଥିବା ନୂତନ କୋଭିଡ ନିୟମ ପ୍ରକାରେ ଛତ୍ରପୁର ସହରର ବିଭିନ୍ନ ସ୍ଥାନରେ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ପଇଁନ୍ତରା ମାରି କୋଭିଡ ନିୟମ କୁ କଡାକଡା ପାଳନ କରିବା ନିମନ୍ତେ ଜନସାଧାରଣଙ୍କୁ ସଚେତନତା କରିବାସହ ଜନଗହଳି ଅଂଚଳ ଯଥା ସହରରେ ଥିବା ସମସ୍ତ ପାର୍କ, ଖେଳ ପଡିଆ, ଷ୍ଟାଡିୟମ, ଓପେନ ଜିମ୍ , ମନ୍ଦିର ଗୁଡିକ ଆଜି ଅପରାହ୍ନରେ ବନ୍ଦ କରିଛନ୍ତି । ଏଥିରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ, ଛତ୍ରପୁର ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ , ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ. ଗଣେଶ ବାବୁଙ୍କ ସମେତ ବହୁ ପୋଲିସ ଓ ପ୍ରଶାସନିକ କର୍ମଚାରୀ ମାନେ ସାମିଲ ରହି ଛତ୍ରପୁର ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ