କୋଭିଡ ନିୟମ ଭିତରେ ସ୍ୱାଧୀନତା ଦିବସ ପାଳିତ
କଳାହାଣ୍ଡି,(ଓ୍ବାଇଏନ୍ଏସ୍) :କୋଭିଡ କୁ ନେଇ ସରକାରୀ ନିୟମ ଭିତରେ ଭବାନୀପାଟଣା ଜିଲ୍ଲାରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି।ସଦର ମହକୁମା ଠାରେ ଥିବା ଲାଲବାହାଦୁର ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ପଦ୍ମିନୀ ଦିଆନ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତ୍ତାକା କୁ ଉତ୍ତୋଳନ କରିଥିଲେ।ସମ୍ବିଳିତ ପ୍ୟାରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ।କରୋନା କଟକଣା ଯୋଙ୍ଗୁ ଛାତ୍ର ଛାତ୍ରୀ ଯୋଗ ଦେଇନଥିବା ବେଳେ ସୀମିତ ଅତିଥି ଯୋଗ ଦେଇଥିଲେ।


