କୋଭିଡ ବିରୋଧରେ ସଂଗ୍ରାମ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ବିଭିନ୍ନ ପଦକ୍ଷେପ

ନୂଆଦିଲ୍ଲୀ : କୋଭିଡ ମହାମାରୀର ମୁକାବିଲା କରିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ବିଭିନ୍ନ ପଦକ୍ଷେପ ନେଇଛି । ଦେଶବ୍ୟାପୀ ଶିକ୍ଷାନୁଷ୍ଠାନଗୁଡିକୁ ବିଶୋଧନ କରାଯିବା ପୂର୍ବକ ଅନ୍ୟାନ୍ୟ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏ ଦିଗରେ ମନ୍ତ୍ରଣାଳୟର ମୁଖ୍ୟ ସଂଗଠନ କେନ୍ଦ୍ରୀୟ ବିଦ୍ୟାଳୟଗୁଡିକ ଅନେକ ପଦକ୍ଷେପ ନେଇଛନ୍ତି । ଆସନ୍ନ ବିପତ୍ତିକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ କେନ୍ଦ୍ରୀୟ ବିଦ୍ୟାଳୟର ଶ୍ରେଣୀକକ୍ଷ ଗୁଡିକୁ ଅସ୍ଥାୟୀ ବାସଗୃହରେ ପରିଣତ କରାଯାଇଛି । ଦେଶର ବିଭିନ୍ନ ସ୍ଥାନରୁ 80ଟି କେନ୍ଦ୍ରୀୟ ବିଦ୍ୟାଳୟକୁ ସଂଗରୋଧ କେନ୍ଦ୍ରରେ ପରିଣତ କରାଯାଇଛି। ପ୍ରଧାନମନ୍ତ୍ରୀ ସହାୟତା ପାଣ୍ଠିକୁ ଦାନ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଶିକ୍ଷକ ଓ ଅଣ ଶିକ୍ଷକମାନେ ମିଶି ୧୦,୪୦,୬୦,୫୩୬ଟଙ୍କା ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଏହି ଦାନର ପରିମାଣ ଗୋଟିଏ ଦିନର ବେତନଠାରୁ ଆରମ୍ଭ କରି ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ଶିକ୍ଷକମାନଙ୍କ ପଦକ୍ଷେପ ଦାୟିତ୍ୱବାନ ଶିକ୍ଷକ ପରାମର୍ଶଦାତାର ଭୂମିକା ତୁଲାଇ ଏଭଳି କୋଭିଡ ବିଶ୍ୱମାରୀ ସମୟରେ ଅନଲାଇନ ଜରିଆରେ ଶିକ୍ଷାଦାନ ପଦ୍ଧତିକୁ ଗ୍ରହଣ କରିଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ସମସ୍ତ ଅଧ୍ୟକ୍ଷ ଓ ଶିକ୍ଷକମାନେ ଏ ସମୟରେ ଅନଲାଇନ ଜରିଆରେ ଶିକ୍ଷାଦାନକୁ ଅବ୍ୟାହତ ରଖିଛନ୍ତି । ଏଥିପାଇଁ ଆବଶ୍ୟକ ପ୍ରୋଟୋକଲ ମଧ୍ୟ ପ୍ରସ୍ତୁତ ହୋଇଛି । ମୁକ୍ତ ବିଦ୍ୟାଳୟ ବ୍ୟବହାର, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପକ୍ଷରୁ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶ୍ରେଣୀ ନିମନ୍ତେ ସ୍ୱୟଂପ୍ରଭା ପୋର୍ଟାଲରୁ ପାଠପଢ଼ା ଗତ ୭ ତାରିଖଠାରୁ ଆରମ୍ଭ ହୋଇଛି । ବିଦ୍ୟାଳୟଗୁଡିକ ପକ୍ଷରୁ ଶିକ୍ଷକ, ଛାତ୍ରଛାତ୍ରୀ ଓ ସେମାନଙ୍କ ମାତାପିତାଙ୍କୁ ଏ ସଂକ୍ରାନ୍ତରେ ଖବର ଦିଆଯାଇଛି । ଶିକ୍ଷକମାନଙ୍କୁ ବିଦ୍ୟାର୍ଥୀମାନଙ୍କ ସହ ଇ-ମେଲ, ହ୍ୱାଟସଅପ ଓ ଏସଏମଏସ ଜରିଆରେ ସମ୍ପର୍କରେ ରହିବା ପାଇଁ କୁହାଯାଇଛି । ପ୍ରତ୍ୟକ୍ଷ ମତବିନିମୟ ପାଇଁ ଶିକ୍ଷକ ମନୋନିତ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ସ୍ୱୟଂପ୍ରଭା ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀଙ୍କର ସନ୍ଦେହ ଦୂର କରିବା ପାଇଁ କେତେକ ଶିକ୍ଷକଙ୍କୁ ମନୋନିତ କରିଛି । ଏହି ମନୋନିତ ଶିକ୍ଷକମାନେ ଏଥିପାଇଁ ନୋଟ ପ୍ରସ୍ତୁତ କରି ଛାତ୍ରଛାତ୍ରୀଙ୍କ ସନ୍ଦେହ ଦୂର କରିବା ପାଇଁ ଚେଷ୍ଟା କରୁଛନ୍ତି । ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ, କୋଭିଡ ବିଶ୍ୱମାରୀ ଯୋଗୁ ବିଦ୍ୟାଳୟଗୁଡିକ ହଠାତ ବନ୍ଦ ହୋଇଯିବାରୁ ଶିକ୍ଷକମାନେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇବାକୁ ପାଇଁ ଅନଲାଇନ ସାହାଯ୍ୟ ନେବା ସହ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଯେପରି ଅତୁଟ ରହିବ ଏହା ମଧ୍ୟ ଦେଖୁଛନ୍ତି । ସେ ଦୃଷ୍ଟିରୁ ଦେଶବ୍ୟାପୀ ସମସ୍ତ ବିଦ୍ୟାଳୟଗୁଡିକୁ ଏ ଦିଗରେ ପରାମର୍ଶ ଦିଆଯାଇଛି । ସମସ୍ତ ବିଦ୍ୟାଳୟ ଏହି ନିର୍ଦ୍ଦେଶଗୁଡିକୁ ତ୍ୱରାନ୍ୱିତ କରିବା ନେଇ ଏକ ସାପ୍ତାହିକ ଖସଡା ପ୍ରସ୍ତୁତ କରିଛନ୍ତି । ମିଳିଥିବା ସର୍ବଶେଷ ରିପୋର୍ଟ ଅନୁସାରେ, ୧. ଦେଶବ୍ୟାପୀ ସମସ୍ତ କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ଉତ୍ସର୍ଗୀକୃତ ଇ-ମେଲ ଜରିଆରେ ପରାମର୍ଶ ଦିଆଯାଉଛି । ୨. ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ ପାଇଁ ଶିକ୍ଷକମାନଙ୍କୁ ଚିହ୍ନଟ କରାଯାଇଛି । ୩. ୩୩୧ଜଣ ତାଲିମପ୍ରାପ୍ତ ପରାମର୍ଶଦାତା ଚୁକ୍ତିଭିତ୍ତିରେ ନିଯୁକ୍ତି ପାଇଛନ୍ତି । ଯେଉଁ ସ୍କୁଲରେ ଚୁକ୍ତିଭିତ୍ତିକ ତାଲିମଦାତା ନାହାନ୍ତି ଆଖପାଖ ବିଦ୍ୟାଳୟରୁ ସେମାନଙ୍କ ସେବାର ଉପଯୋଗ କରିବା ପାଇଁ କୁହାଯାଇଛି । ୪. ଏନସିଇଆରଟି ତାଲିମ ପାଇଥିବା ୨୬୮ ଜଣ କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକଙ୍କୁ ଏଥିରେ ସାମିଲ କରାଯାଇଛି । ୫. ଗତ ଶୁକ୍ରବାର ସୁଦ୍ଧା ୨୩୯୩ ଜଣ ଶିକ୍ଷାର୍ଥୀ ଓ ୧୬୪୮ ଅଭିଭାବକଙ୍କଠାରୁ ବିଭିନ୍ନ ପ୍ରଶ୍ନ ଗ୍ରହଣ କରାଯାଇ ତାହାର ଉତ୍ତର ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ