କୋଭିଡ ଯୋଦ୍ଧାଙ୍କ ସୁରକ୍ଷା ନିମନ୍ତେ ସୁରକ୍ଷା ଚଷମା

ଛତ୍ରପୁର, (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲାରେ ଆଗ ଧାଡିରେ କାର୍ଯ୍ୟ କରୁଥିବା କୋଭିଡ ଯୋଦ୍ଧା ତଥା ବିଭିନ୍ନ ବର୍ଗର ଅଧିକାରୀଙ୍କ ଠାରୁ ଆରମ୍ଭ କରି ଅନେକ କର୍ମଚାରି ମଧ୍ୟ ଏହି ଆକ୍ରାନ୍ତ ର ଶିକାର ହୋଇଛନ୍ତି । ଏହାକୁ ଦୃଷ୍ଟି ରେ ରଖି ସୋମବାର ସମର ଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଲୟ ର ପରିଚାଳନା କମିଟି ପକ୍ଷରୁ ସିଇଓ ଅରବିନ୍ଦ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ର ଆଗ ଧାଡିରେ କାର୍ଯ୍ୟ କରୁଥିବା କୋଭିଡ ଯୋଦ୍ଧାଙ୍କ ସୁରକ୍ଷା ନିମନ୍ତେ ୨୦୦ ପଲି କାର୍ବନେଟ ସୁରକ୍ଷା ଚଷମା ଆଜି ଡିଆରଡିଏ ପିଡି ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କୁ ହସ୍ତାନ୍ତର କରାଯାଇଛି । ଏହି ସୁରକ୍ଷା ଚଷମା ପ୍ରଦାନ ବେଳେ ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଚିଫ୍ ଅପ୍ଟୋମିଟ୍ରିଷ୍ଟ ବି.ପି.ସାମଲ,ଉପଦେଷ୍ଟା ତଥା ଯୁବ ଆଇନଜିବୀ ବି.ଶ୍ରିନିବାସ,ଏ.ଜଗନ୍ନାଥ ରାଓ ପ୍ରମୂଖ ଉପସ୍ଥିତ ଥିଲେ । ଏହା ସହ ଡିଆରଡିଏ କାର୍ଯ୍ୟାଳୟର ଏପିଡି (ଫାଇନାନ୍ସ) ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ , ଏପିଡି (ଆର୍‌.ଏଚ୍‌) ସୌମ୍ୟ ରଞ୍ଜନ ହୋତା ଏବଂ ସେକ୍ସନ ଅଫିସର ରଘୁନାଥ ବେହେରା ମଧ୍ୟ ଉପସ୍ଥିତ ଥିଲେ । ପୂର୍ବରୁ ଶଙ୍କର ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଗରୀବ ଓ ଅସହାୟ ଲୋକଙ୍କ ନିମନ୍ତେ ରାସନ ସାମଗ୍ରି ପ୍ୟାକେଟ ପ୍ରଦାନ କରାଯାଇଥିବା ଉପଦେଷ୍ଟା ବି. ଶ୍ରୀନିବାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ