କୋଭିଡ ଶପଥ ପାଠ ସହ ମନୋରଗା କାର୍ଯ୍ୟ ବିଷୟରେ ଆଲୋଚନା
ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ପରିସର ମଧ୍ୟରେ ଗୁରୁବାର ଦିନ କୋଭିଡ ସପ୍ତାହର ପ୍ରଥମ ଦିବସରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ସମେତ ବିଡ଼ିଓ ଶମ୍ଭୁନାଥ ନନ୍ଦୀ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା, ସହକାରୀ ଯନ୍ତ୍ରୀ ଗୋପାଳ କୃଷ୍ଣ ଗୌଡ଼ ଙ୍କ ସମେତ ବ୍ଲକ କନିଷ୍ଠ ଯନ୍ତ୍ରୀ ବୃନ୍ଦ ଓ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ କୋଭିଡ ନିୟମ ପାଳନ ପାଇଁ ଶପଥ ପାଠ କରିଥିଲେ। ବିଡ଼ିଓ ଶ୍ରୀ ନନ୍ଦୀ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଏଥିସହ ପାଞ୍ଚାୟତ ସମିତି ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇ ମନୋରଗା କାର୍ଯ୍ୟକ୍ରମରେ କିପରି ଅଧିକ ଶ୍ରମ ଦିବସ ସୃଷ୍ଟି ହୋଇପାରିବ ଆଲୋଚନା ହେବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ବୈଠକରେ ବିଧାୟକ ଶ୍ରୀ ସାହୁ, ବିଡ଼ିଓ ଶ୍ରୀ ନନ୍ଦୀ, ବ୍ଲକ ଅଧ୍ୟକ୍ଷ ଶ୍ରୀ ସେଠୀ, ଉପାଧ୍ୟକ୍ଷା ଶ୍ରୀମତୀ ବାଡ଼ତ୍ୟା, ସହକାରୀ ଯନ୍ତ୍ରୀ ଶ୍ରୀ ଗୌଡ଼ ପ୍ରମୁଖଙ୍କ ସମେତ କନିଷ୍ଠ ଯନ୍ତ୍ରୀ, ଗାଁ ସାଥୀ, ଗ୍ରାମ ରୋଜଗାର ସେବକ ପ୍ରଭୃତି କର୍ମଚାରୀ ବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।