କୋଭିଡ ସପ୍ତାହ ଉପଲକ୍ଷେ ଶପଥ ପାଠ ଓ ସଚେତନତା ରାଲି

ବୁଗୁଡ଼ା,(ଅନିଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମହୋଦୟଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାରେ ସେପ୍ଟେମ୍ବର ୨୪ ତାରିଖ ଠାରୁ କୋଭିଡ ସପ୍ତାହ ପାଳନ ଆରମ୍ଭ ହୋଇଛି। କୋଭିଡ ସପ୍ତାହ ଉପଲକ୍ଷେ ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ଗୁରୁବାର ଦିନ ଶପଥ ପାଠ ଓ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶ କାର୍ଯ୍ୟାଳୟ ପରିସରରେ ଅଫିସ କର୍ମଚାରୀ, କୋଭିଡ ସଖୀ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ ପ୍ରମୁଖଙ୍କୁ କୋଭିଡ ନିୟମ ପାଳନ କରିବା ପାଇଁ ଶପଥ ପାଠ କରାଇଥିଲେ। ଏଥିସହ ଏନଏସି ର ୬ ନମ୍ବର ୱାର୍ଡରେ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ଲାକ କାର୍ଡ଼ ଧରି ଓ ସ୍ଲୋଗାନ ଦେଇ ଜନସାଧାରଣଙ୍କୁ କୋଭିଡ ବିଷୟରେ ସଚେତନତା କରାଇଥିଲେ। ମାସ୍କ ପିନ୍ଧିବା, ହାତ ସଫା କରିବା ଓ ସାମାଜିକ ଦୂରତା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ