କୋଭିଡ ସପ୍ତାହ ପାଳନର ଅନ୍ତିମ ଦିବସ ଅବସରରେ ସଚେତନତା ରାଲି
ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲାକୁ କରୋନା ସଂକ୍ରମଣ ମୁକ୍ତ ହାସଲ କରିବା ଉଦ୍ଦେଶ୍ୟ ରଖି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଚଳିତ ମାସ ୨୪ ତାରିଖ ଠାରୁ ଆସନ୍ତା ଅକ୍ଟୋବର ପହିଲା ପର୍ଯ୍ୟନ୍ତ କୋଭିଡ ସପ୍ତାହ ପାଳନ ଉପରେ ଗୁରୁତ୍ୱାରୋପ କରି ସଚେତନତା ଅଭିଯାନ ଆରମ୍ଭ କରିଛନ୍ତି।ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ହିଞ୍ଜିଳି ବ୍ଲକ ର ସମସ୍ତ ପଞ୍ଚାୟତରେ ଏହି ସପ୍ତାହ ପାଳନ ଉପରେ ପଦକ୍ଷେପ ଗ୍ରହଣ କରାଯାଇଛି।ଏହି ଅବସରରେ ଗୁରୁବାର ଅନ୍ତିମ ଦିବସରେ ସ୍ଥାନୀୟ ବ୍ଳକ ମକରଝୋଳ, ପୁନରଖଣ୍ଡି, ବେଲଗାଁ, ସମରଝୋଳ ଗ୍ରାମରେ ସିଡିପିଓ ଶୁଭଶ୍ରୀ ପାତ୍ରଙ୍କ ତତ୍ତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି ଅତିଥି ଭାବେ ଯୋଗ ଦେଇ ହାତ ଧୁଆ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।କୋଭିଡ ମହାମାରୀ ପ୍ରତି ସଚେତନ ରହିବା ନିମନ୍ତେ ଗ୍ରାମବାସୀଙ୍କୁ ଅବଗତ କରାଇଥିଲେ।ମୁଖ୍ୟତଃ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ସାବୁନ କିମ୍ୱା ହେଣ୍ଡ ୱାସ ସାମଗ୍ରୀ ବ୍ୟବହାର କରି ହାତକୁ ବାରମ୍ବାର ପରିଷ୍କାର ଓ ପରିଚ୍ଛନ୍ନ ଉପରେ କୌଶଳ ପ୍ରଦର୍ଶନ କରିଥିଲେ।ଆମ ସ୍ୱାସ୍ଥ୍ୟ, ଆମ ଦାୟିତ୍ୱ ପ୍ରତି ସଚେତନ ରହିଲେ ନିଶ୍ଚିତ ଭାବେ ଆମେ କରୋନାକୁ ହରାଇ ପାରିବା ବୋଲି ଉପ ଜିଲ୍ଲାପାଳ ପୃଷ୍ଟି ମତ ପ୍ରକାଶ କରିଥିଲେ।ବ୍ଲକର ଗାଁ ଗାଁ ରେ କରୋନା ସଚେତନତା ରଥ ପରିଭ୍ରମଣ କରୁଥିବା ବେଳେ ସମନ୍ବିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଝୋଟି ଚିତା ଏବଂ ପୋଷ୍ଟର ମାଧ୍ୟମରେ ଏବଂ ସଚେତନତା ମୂଳକ ସ୍ଳୋଗାନ ଦେଵା ସହ ହାତରେ ପ୍ଳାକାର୍ଡ ଧରି ରାଲିରେ ଗ୍ରାମ ପରିକ୍ରମା କରିଥିଲେ । ସୁପରଭାଇଜର, ଆଶା, ଅଙ୍ଗନବାଡି ଓ ସ୍ୱୟଂ ସହାୟକ ଗୋଷ୍ଠୀର ସକ୍ରିୟ ମା ମାନେ କରୋନା ସପ୍ତାହ ପାଳନ ବେଳେ ଜନ ସଚେତନତା ସୃଷ୍ଟି କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଵିଡିଓ ପ୍ରସନ କୁମାର ପାତ୍ର, ତହସିଲଦାର ଜନ୍ମେଜୟ ସାହୁ, ସଂପୃକ୍ତ ପଞ୍ଚାୟତର ସରପଞ୍ଚ ମାନେ ଉପସ୍ଥିତ ଥିଲେ ।


