କୋଭିଡ ସପ୍ତାହ ପାଳନ ଅବସରରେ ଛତ୍ରପୁର ଏନଏସି ପକ୍ଷରୁ ସଚେତନତା ରାଲି

ଛତ୍ରପୁର,(ଦେବଦତ୍ତ ମହାରଣା): କୋଭିଡ ସପ୍ତାହ ପାଳନ ଅବସରରେ ଗଂଜାମ ଜିଲ୍ଲପାଳଙ୍କ ଆହ୍ୱାନକ୍ରମେ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍‌.ଗଣେଶ ବାବୁଙ୍କ ନେତୃତ୍ୱରେ ଶନିବାର ଏନଏସି ପକ୍ଷରୁ ବରିଷ୍ଠ ନାଗରିକ ମାନଙ୍କୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । କରୋନା ଭୂତାଣୁ ରୁ କିପରି ଦୂରେଇ ରହିବେ ଓ କୋଭିଡ ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇବା ସକାଶେ ବରିଷ୍ଠ ନାଗରିକ ଏବଂ ଏନଏସି କର୍ମଚାରୀ ମାନେ ହାତରେ ବିଭିନ୍ନ ପ୍ରକାର ସଚେତନତାର ଫ୍ଲାଗ କାର୍ଡ ଧରି ଏନଏସି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରୁ ବାହାରି ଛତ୍ରପୁର ସହର ପରିକ୍ରମା କରିଥିଲେ । ସାମାଜିକ ଦୂରତା, ମାସ୍କ ବ୍ୟବହାର , ଦୋକାନୀ ମାନେ ପଞ୍ଚସୂତ୍ରୀ ନୀୟମ ପାଳନ କରିବା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସଚେତନ ଶୋଭାଯାତ୍ରା ମାଧ୍ୟମରେ କରାଯାଇଛି । ଜିଲ୍ଲା ରେ କରୋନା ସଂକ୍ରମଣ କମିଥିଲେ ବି, ଭୟ ଯାଇନାହିଁ । ଏହାକୁ ରୋକିବା ପାଇଁ ସଚେତନତା ହିଁ ଏକ ମାତ୍ର ମାଧ୍ୟମ ବୋଲି ଲୋକଙ୍କୁ ବୁଝାଇଥିଲେ । ନିଜେ ସୁରକ୍ଷିତ ରିହବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ରଖିବା । ଏହି ସଚେତନତା ଶୋଭାଯାତ୍ରାରେ ଛତ୍ରପୁର ଏନଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ବାବୁଙ୍କ ସମେତ ଜ୍ୟେସ୍ନାମୟୀ ଜେନା, ସୁଶାନ୍ତ କୁମାର ଷଡଙ୍ଗୀ, ଗୈାରହରି ପଣ୍ଡା, ଏସ.ଦାଲେୟା ରେଡ୍ଡୀ, ଚନ୍ଦ୍ରଶେଖର ଦାଶ, ଯୁଗଳ କିଶୋର ଦାସ, ପ୍ରଭାକର ବେହେରା, କୃଷ୍ଣ ପ୍ରସାଦ ମହାପାତ୍ର, ବିନାୟକ ଜେଟି ଓ ଛତ୍ରପୁର ସହରର ବରିଷ୍ଠ ନାଗରିକ ମାନେ ସାମିଲ ହୋଇଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ