କୋଭିଡ ସମୟରେ ଖାଇବାକୁ ଦେଇ ପାଉଣା ପାଉନାହାନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):କୋଭିଡ ସମୟରେ ରୋଷେଇ କରି ଆଜି ଯାଏଁ ପାଉଣା ପାଇ ନଥିବାରୁ ବ୍ଲକ୍ ମୁଖ୍ୟ ଫାଟକ ରେ ତାଲା ପକାଇ ଧାରଣା ରେ ବସିଲେ ସ୍ଵୟଂ ସହାୟକ ଗୋଷ୍ଠୀ। ହାଟଡିହି ବ୍ଲକର ୨୫ ଟି ସ୍ଵୟଂ ସହାୟକ ଗୋଷ୍ଠୀ ୨୦୨୧ ମସିହା ମେ ମାସରେ କୋଭିଡ ସଂକ୍ରମିତ ଲୋକଙ୍କୁ ରୋଷେଇ କରି ଖାଦ୍ୟ ଦେବାକୁ ବ୍ଲକ ପକ୍ଷରୁ ନିର୍ଦେଶ ଦିଆ ଯାଇଥିଲା। ସେହି ଅନୁସାରେ ମା ଗ୍ରାମଦେବତୀ ଏସ,ଏସ, ଜି ଗ୍ରୁପ -ଅଂରା, ଗୋପବନ୍ଧୁ ଏସ. ଏସ. ଜି. – ବାଲିବରେଇ, ଶକ୍ତିରୂପା- ବଡରମ୍ପାସ, ବୈତରଣୀ ମା ତାରିଣୀ- ହାବଳେଶ୍ୱର, ମା ମଙ୍ଗଳା-ଅକରୁଆ, ମା ଝାଡେଶ୍ୱର- ସଢା, ମା ଥାନପତି- ବାଙ୍ଗୋର, ସିଦ୍ଧଚଣ୍ଡୀ – ପନ୍ଦାଡୋ, ଶଙ୍କରେଶ୍ୱର ସୁଲଣ, ମା ବାସୁଲି ହାଟଡ଼ିହି, ମା ଥାନପତି ପଢ଼ିଆରିପଲ୍ଲୀ, କସ୍ତୁରବା ଡଅଁର, ଶନିଶ୍ଚରାୟ ଗେଡମା, ମା ତାରିଣୀ ସଡଙ୍ଗ, ସିଧେଶ୍ୱର ସୋସୋ, ମା ସନ୍ତୋସୀ ହଦଗଡ଼, ମା ବେରୁଣେଇ ଶଳଣିଆ, ମା ବନଦୁର୍ଗା ଦଲକୀ, ଗଜମୁକ୍ତା ପିତାନାଉ, ସତ୍ୟସାଇ ଜମ୍ଭୀରା, ମା ତାରିଣୀ ଧନୁର୍ଜୟପୁର, ଅରବିନ୍ଦ ପନ୍ଚୁଗୋଛିଆ, ମା ମଙ୍ଗଳା ଇଞ୍ଚୋଳ, ଗାଦି ଗୋସେଇଁ ଢେଙ୍କା, ଅନ୍ନପୂର୍ଣ୍ଣା ମରେଇଗାଁ, ଉତ୍କଳପ୍ରଗତି କେ. ବାଲି ପାଳ ପ୍ରଭୃତି ଏସ ଏସ ଜି ଗ୍ରୁପ ଗୁଡିକ ଘରକୁ ଘର ବୁଲି ରନ୍ଧା ଖାଦ୍ୟ ଖାଇବାକୁ ଦେଇଥିଲେ। ସେମାନଙ୍କୁ ପ୍ରଥମ ପର୍ଯ୍ୟାୟ ପାଉଣା ମିଳିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ରେ ରୋଷେଇ ଖାଦ୍ୟ ବାବଦ ରେ ୧୫ ରୁ ୨୦ ଲକ୍ଷ ଟଙ୍କା ଆଜି ପର୍ଯ୍ୟନ୍ତ ପ୍ରଦାନ କରାଯାଇ ନାହିଁ। ପୂର୍ବରୁ ସମସ୍ତଙ୍କୁ ଭେଟି ଅଭିଯୋଗ କରିବା ସହ ଧାରଣା ଦେଇଥିଲେ ବି ଆଜି ପର୍ଯ୍ୟନ୍ତ ସେମାନଙ୍କ କଥା କେହି ବୁଝିଲେନି। ଏଥିରେ ଅତିଷ୍ଠ ହୋଇ ଆଜି ସ୍ଵୟଂ ସହାୟକ ଗୋଷ୍ଠୀର ଦେବକୀ ନାୟକ, ଉଷାରଣୀ ସାହୁ, କମଳା ମହାଳିକ, ପୁଷ୍ପଲତା ସ୍ୱାଇଁ, ସବିତା ଜେନା, ନିରୂପମା ଜେନା, ସବିତା ଧଳ, ସୁମତୀ ସାହୁ, ସୌଦାମିନୀ ଭୂୟାଁ, ନିରୂପମା ଜେନା, ଆରତୀ ମହାପାତ୍ର, ମମତା ଜେନା, ଅବନ୍ତି ଲେଙ୍କା, ବାସନ୍ତି ଦାସ, ରଂଜିତା ସାହୁ, ସବିତା ସେଠୀ, ଅଞ୍ଜନା ନାଇକ, ନମିତା ନାୟକ, ଦୀପାଞ୍ଜଳୀ ସାମଲ, ଶକୁନ୍ତଳା ନାଇକ, ନମିତା ଜେନା ଙ୍କ ସମେତ ଅନେକ ଏସ. ଏସ. ଜି ଗ୍ରୁପର ମହିଳା ମାନେ ବ୍ଲକ୍ ର ମୁଖ୍ୟ ଫାଟକ ରେ ତାଲା ପକାଇ ଧାରଣାରେ ବସି ରହିଥିଲେ। କାହାରିକୁ ଭିତରକୁ ଯିବାକୁ ଛାଡ଼ି ନଥିଲେ। ପରେ ବିଡ଼ିଓ ବିଚିତ୍ର କୁମାର କର ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହିତ କେବଳ କେନ୍ଦୁଝର ଜିଲ୍ଲା କୁ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ସମୟରେ କରାଯାଉଥିବା ରୋଷେଇ ପଇସା ସରକାର ଙ୍କ ତରଫରୁ ଦିଆ ଯାଇନାହିଁ। ଏହି ସଂପର୍କରେ ଆଜି ବୈଠକ ଚାଲିଥିବାରୁ ଅଳ୍ପ ଦିନ ମଧ୍ୟରେ ବକେୟା ପ୍ରାପ୍ୟ ମିଳିଯିବ ବୋଲି କହିଥିଲେ। ଘଟଣା ସ୍ଥଳରେ ନନ୍ଦିପଦା ଥାନା ଆଇ.ଆଇ. ସି ଓ ଅନ୍ୟ ପୋଲିସ୍ ଅଧିକାରୀ ମାନେ ପହଞ୍ଚି ଧାରଣା ରେ ବସିଥିବା ମହିଳାଙ୍କୁ ବୁଝାସୁଝା କରିଥିଲେ। ପରେ ସେମାନେ ଆନ୍ଦୋଳନ ରୁ ହଟିଥିଲେ।


