କୋଭିଡ ସମୟରେ ପଞ୍ଚାୟତ ମାନଙ୍କୁ ସାମଗ୍ରୀ ଯୋଗାଇ ପ୍ରାପ୍ୟ ପାଉ ନାହାନ୍ତି ବ୍ୟବସାୟୀ, ଜିଲ୍ଲାପାଳଙ୍କୁ କଲେ ଅଭିଯୋଗ
ହାଟଡ଼ିହି, (ବିକାଶ ବିଶ୍ୱାଳ):ମସିହାରେ କରୋନା ସମୟରେ ବିଭିନ୍ନ ପଞ୍ଚାୟତରେ ଖୋଲାଯାଇଥିବା ଅସ୍ଥାୟୀ ଚିକିତ୍ସା କେନ୍ଦ୍ରକୁ ଯୁଦ୍ଧକାଳୀନ ଭିତ୍ତିରେ ଖଟ, ଗଦି, ବେଡସିଡ, ଇନଭଟର ଆଦି ଯୋଗାଇ ଥିବାବେଳେ ବିଭିନ୍ନ ପଞ୍ଚାୟତ ଉପରେ ଏବାବଦକୁ ୨୨ଲକ୍ଷରୁ ଉର୍ଦ୍ଧ ଟଙ୍କା ବାକି ଥିବାବେଳେ ସଂପୃକ୍ତ ପଞ୍ଚାୟତ କର୍ତ୍ତୁପକ୍ଷ ବାକି ଟଙ୍କା ଦେବାର ନାଁ ଧରୁ ନାହାନ୍ତି ବୋଲି ସରସ୍ୱତୀ ସେଲସର ମାଲିକ ଅତିଶୀରାଣୀ ଜେନା ଆଜି ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁଯାଇ କରୋନା ସମୟରେ ସରକାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରତି ପଞ୍ଚାୟତରେ ଅସ୍ଥାୟୀ ଚିକିତ୍ସାକେନ୍ଦ୍ର ଖୋଲିବାକୁ ନିର୍ଦ୍ଦେଶ ଦେବାପରେ ତତ୍କାଳୀନ ବିଡିଓ ଜଗନ୍ନାଥପୁର ବସନ୍ତିଆରେ ଥିବା ସରସ୍ୱତୀ ସେଲସକୁ ଏହିସବୁ ସାମଗ୍ରୀ ଯୋଗାଇବାକୁ ଅନୁମତି ଦେଇଥିଲେ । ବ୍ୟବସାୟୀ ଜଣକ ସେହି ଅନୁସାରେ ବିଭିନ୍ନ ପଞ୍ଚାୟତକୁ ସାମଗ୍ରୀ ଯୋଗାଇ ଦେଇଥିବାବେଳେ ଏବେ ୧୦ରୁ ଉର୍ଦ୍ଧ ପଞ୍ଚାୟତ ଏ ବାବଦ ଟଙ୍କା ଦେଉ ନଥିବା ସେ ଅଭିଯୋଗ କରିଛନ୍ତି । ପଢ଼ିଆରିପଲ୍ଲୀ, ଢ଼େଙ୍କା, ମରୈଗାଁ, ହାବଳେଶ୍ୱର, ବଞ୍ଚୋ, ଅଁରା, ପନ୍ଦାଡୋ, ବାଲିବରେଇ, ଶାଳଣିଆଁ, ସୁଲଣ ଆଦି ପଞ୍ଚାୟତ ଗୁଡିକ ଉପରେ ଏବେ ୨୨ଲକ୍ଷ ୯୫ହଜାର ୨୬୯ଟଙ୍କା ବାକି ଥିବାବେଳେ ପଞ୍ଚାୟତ କର୍ତ୍ତୁପକ୍ଷ ଏନେଇ ଆଉ ଧରାଛୁଆଁ ଦେଉ ନାହାନ୍ତି ବୋଲି ସେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । କିପରି ତାଙ୍କ ବାକି ଟଙ୍କା ଫେରି ପାଇବେ ସେନେଇ ପପଦକ୍ଷେପ ନେବାକୁ ସେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।


