କୋଭିଡ ସମୟରେ ବେକାରୀଙ୍କୁ ଆତ୍ମ ନିର୍ଭରଶୀଳ କରିବ ଆଇ.ଆଇ.ଏଫ.ଏଲ.
କେନ୍ଦ୍ରାପଡ଼ା, (ଚିତ୍ତରଂଜନ ଦାସ): କରୋନା ମହାମାରୀ ସମୟରେ ନିଜର ରୋଜଗାର ହରାଇ ବେକାର ହୋଇ ଘରେ ବସିଥିବା ଯୁବକ,ଯୁବତୀମାନଙ୍କୁ ଆବଶ୍ୟକ ଋଣ ଯୋଗାଇଦେଇ ଆତ୍ମ ନିର୍ଭରଶୀଳ କରିବାକୁ ଏକ ଯୋଜନା ପ୍ରସ୍ତୁତ କରିଛି ଆଇ.ଆଇ.ଏଫ.ଏଲ. ଫାଇନାନ୍ସ । କେନ୍ଦ୍ରାପଡା ସହରର କଲେଜ ଛକ ନିକଟରେ ଆଇ.ଆଇ.ଏଫ.ଏଲ. ଫାଇନାନ୍ସର ଏକ ନୂତନ ଶାଖା ଉଦଘାଟନ ଅବସରରେ କହିଛନ୍ତି ସେହି ସଂସ୍ଥାର ଆଞ୍ଚଳିକ ପ୍ରବନ୍ଧକ ରଜତ କୁମାର ସାମଲ । ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଓ କେନ୍ଦ୍ରାପଡା ସହରର କାକଟ ଛକରେ ୨ଟି ଶାଖା ଖୋଲିଥିବା ବେଳେ ଶୁକ୍ରବାର ସଂସ୍ଥାର ତୃତୀୟ ଶାଖାଟି ଖୋଲିଛି କଲେଜ ଛକରେ । ଏହି ଶାଖା ପକ୍ଷରୁ ବେକାର ଯୁବକ ଓ ଯୁବତୀମାନଙ୍କୁ ଆତ୍ମ ନିର୍ଭରଶୀଳ ହେବା ପାଇଁ ଆବଶ୍ୟକ ପରାମର୍ଶ ସହିତ ବିଭିନ୍ନ ବ୍ୟବସାୟୀକ ଋଣ ମାସକୁ ମାତ୍ର ଶତକଡା ୭୯ପଇସା ସୁଧରେ ଯୋଗାଇ ଦିଆଯିବା ସହିତ ବ୍ୟକ୍ତିଗତ ଋଣ, ଗୃହ ଋଣ ଓ ସ୍ୱାସ୍ଥ୍ୟବୀମା ପ୍ରଭୃତି ଯୋଗାଇ ଦେବ ବୋଲି କହିଛନ୍ତି ଶାଖା ପରିଚାଳକ ରେବନ୍ତ କୁମାର ମହାନ୍ତି । ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଂସ୍ଥାର ଏହି ନୂତନ ଶାଖା କାର୍ଯ୍ୟାଳୟକୁ ଉଦଘାଟନ କରିଥିବା ବେଳେ ସଂସ୍ଥାର ରାଜ୍ୟ ମାର୍କେଟିଂ ମୁଖ୍ୟ ସାଶ୍ୱତ ପୃଷ୍ଟି, ଟେରିଟୋରିଆଲ ପ୍ରବନ୍ଧକ ସୁଶାନ୍ତ ବେହେରା, କ୍ଲଷ୍ଟର ପରିଚାଳକ ପ୍ରିୟଦର୍ଶି ଲିଙ୍କନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।