କୋଭିଡ ହସପିଟାଲରେ ବୁଗୁଡା ବ୍ଲକର ଜଣେ

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକର ଜଣେ କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତି ଥିବାବେଳେ ସେ ବର୍ତ୍ତମାନ ବ୍ରହ୍ମପୁରସ୍ଥିତ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ଚିକିତ୍ସିତ ହେଉଥିବା କରୋନା ସଂକ୍ରମଣ ବ୍ୟକ୍ତି ଜଣକ ଅନ୍ୟ ରାଜ୍ୟରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଲକ୍ଷଣ ଦେଖାଦେବା ପରେ ସ୍ଲାବ ପରୀକ୍ଷାରେ ପଜିଟିଭ ବାହାରିବା ପରେ ସେହି ବ୍ୟକ୍ତିଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉଛି। ଏଥି ପୂର୍ବରୁ ୧୫ ଜଣ ପ୍ରବାସୀ ଓଡ଼ିଆ ସଙ୍ଗରୋଧ କେନ୍ଦ୍ରରେ ଥିବାବେଳେ ସ୍ଲାବ ଟେଷ୍ଟରେ ପଜିଟିଭ ବାହାରିବା ପରେ କୋଭିଡ ହସପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ। ସେମାନେ ସମସ୍ତେ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ କୋଭିଡ ହସପିଟାଲରୁ ଡ଼ିସଚାର୍ଜ ହୋଇ ନିଜ ଘରକୁ ଫେରିଥିବା ଜଣାପଡିଛି। ଯେଉଁ ୧୬ ଜଣ କରୋନା ଆକ୍ରାନ୍ତ, ସେମାନେ ସମସ୍ତେ ପ୍ରବାସୀ ଓଡ଼ିଆ ହୋଇଥିବା ବେଳେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଥିଲେ। ଭଲ ଖବର ଏହିଯେ ଆଜି ପର୍ଯ୍ୟନ୍ତ ବୁଗୁଡା ବ୍ଲକର ସ୍ଥାନୀୟ ବାସିନ୍ଦା କିମ୍ବା ନିଜ ଘରେ ସଙ୍ଗରୋଧରେ ଥିବା କୌଣସି ବ୍ୟକ୍ତିଙ୍କ ଲକ୍ଷଣ ଦେଖା ଯାଇନଥିବା ବେଳେ ସମସ୍ତେ ସୁରକ୍ଷିତ ରହିଛନ୍ତି।ଅନ୍ୟାନ୍ୟ ଅଞ୍ଚଳରେ ସ୍ଥାନୀୟ ବ୍ୟକ୍ତିଙ୍କ ଠାରେ ପଜିଟିଭ ଦେଖାଦେଇ ଥିବା ଦୃଷ୍ଟିରୁ ସମସ୍ତେ ସତର୍କତା ଅବଲମ୍ବନ କରିବା ସହ ଲକ ଡାଉନ ଓ ସଟ୍ ଡାଉନ ନିୟମକୁ ମାନି ଚାଲିବାକୁ ପଡିବ। ସର୍ବଦା ଘରେ ରହିବା ସହ ଅତ୍ୟାବଶ୍ୟକ ସ୍ଥଳେ ବାହାରକୁ ଗଲେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପଡିବ। ବାରମ୍ବାର ସାବୁନ ଓ ହ୍ୟାଣ୍ଡ ୱାସ ଦ୍ୱାରା ୨୦ ସେକଣ୍ଡ ପର୍ଯ୍ୟନ୍ତ ହାତ ସଫା କରି ନିୟମ ମାନି ଚଳିଲେ ବୁଗୁଡା ବ୍ଲକ ନିଶ୍ଚିତ ଭାବେ କରୋନାକୁ ପରାସ୍ତ କରି ବିଜୟୀ ହୋଇପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ