କୋଭିଡ-୧୯ ଗାଇଡ ଲାଇନ ଉଲ୍ଲଂଘନକାରୀ ହସପିଟାଲ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଗତକାଲି ରାଜ୍ୟରେ ତୃତୀୟ କରୋନା ପଜିଟିଭି ଚିହ୍ନଟ ହେବା ପରେ ଘରୋଇ କ୍ଲିନିକ୍‌ଗୁଡିକ କୋଭିଡି -୧୯ର ଗାଇଡଲାଇନ୍‌ ଉଲ୍ଲଂଘନ କରୁଥିବା ନେଇ କ୍ଷୁବ୍ଧ ହୋଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏଣିକି ଘରୋଇ କ୍ଲିନିକଗୁଡିକ ଗାଇଡ୍‌ଲାଇନ୍‌ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ମଧ୍ୟ ଦିଆଯାଇଛି । ସାଧାରଣ ଥଣ୍ଡା, କାଶ ଯାଞ୍ଚ ବେଳେ ମଧ୍ୟ କୋଭିଡ୍‌-୧୯ ଗାଇଡଲାଇନ୍‌ ମାନିବାକୁ ପରାମର୍ଶ ଦିଆଯାଇଛି ।
ସୂଚନାଯୋଗ୍ୟ ଗତକାଲି ରାଜ୍ୟରେ ତୃତୀୟ ରୋଗୀ ଚିହ୍ନଟ ହେବା ପରେ ଭୁବନେଶ୍ବର ଭୌମନଗରସ୍ଥିତ କର କ୍ଲିନିକ୍‌କୁ ନ ଯିବା ପାଇଁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ । ମିଳିଥିବା ସୂଚନା ଅନୁସାରେ ଆକ୍ରାନ୍ତଙ୍କ ବୟସ ୬୦ବର୍ଷ । ସେ ଗତ ୧୦ ତାରିଖରେ ଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ବର ଫେରିଥିଲେ । ଗତ ୨୧ ତାରିଖରେ ସମ୍ପୃକ୍ତ ରୋଗୀ ଜଣକ କର କ୍ଲିନିକ୍‌ ଆସିଥିଲେ । ପୁନର୍ବାର ମାର୍ଚ୍ଚ ୨୪ରେ କର କ୍ଲିନିକ୍‌ରେ ଆଡମିଟ୍‌ ହୋଇ ଗୋଟିଏ ଆଇସିୟୁରେ ମଧ୍ୟ ରହିଥିଲେ । ସମ୍ପୃକ୍ତ ବ୍ୟକ୍ତିଙ୍କ ଚିକିତ୍ସା କରିଥିବା ଡାକ୍ତର, ନର୍ସ ଏବଂ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଆଇସୋଲେସନରେ ରଖିବା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ବିଭାଗ ନିର୍ଦ୍ଦେଶ ଦେଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ