କୋଭିଡ-୧୯ ନିୟମକୁ ସଂପୂର୍ଣ୍ଣ ଉଲ୍ଲଙ୍ଘନ କରି ନୂତନ ବିଜେଡି ଯୁଗ୍ମ ସମ୍ପାଦକଙ୍କ ସମ୍ବର୍ଦ୍ଧନା ସଭା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଂଚାୟତର ସୁମଲଦାସ୍ଥିତ ପୋଟଳି ମଠରେ ସୋମବାର ନୂତନ ଘୋଷିତ ବିଜେଡିର ଯୁଗ୍ମ ସଂପାଦକ ରାଜେଶ ପଣ୍ଡାଙ୍କ ଦ୍ୱାରା ପ୍ରାୟୋଜିତ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ତାଙ୍କୁ ସମ୍ବର୍ଦ୍ଧିତ କରାଯିବା ଉଦେଶ୍ୟରେ ତାଙ୍କ ଦ୍ୱାରା ଆୟୋଜିତ ଏହି ସଭାରେ କୋଭିଡ-୧୯ର ସମସ୍ତ ନୀତି ନିୟମକୁ ଉଲ୍ଲଙ୍ଘନ କରାଯାଇଥିଲା । ସଭାରେ ସାମାଜିକ ଦ୍ୱରତା ରକ୍ଷା କରାନଯିବା ଓ ସେଠାରେ ଉପସ୍ଥିତ କେତେକ ଲୋକ ମୁହଁରେ ମାସ୍କ ପିନ୍ଧି ନଥିବାର ଦେଖିବାକୁ ମିଳିଥିଲା । ସରକାରୀ ଦଳର ନବ ଘୋଷିତ ରାଜ୍ୟ ଯୁଗ୍ମ ସଂପାଦକ ଶ୍ରୀ ପଣ୍ଡାଙ୍କ ଦ୍ୱାରା ଏଭଳି ଭାବରେ ସରକାରଙ୍କ ଦ୍ୱାରା ପ୍ରଣିତ କୋଭିଡ-୧୯ର ସମସ୍ତ ନୀତି ନିୟମକୁ ଉଲ୍ଲଙ୍ଘନ କରାଯିବା ଘଟଣା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଥିବା ଦେଖାଯାଇଛି । ଏହି ସଭାରେ ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବିଧାୟକଙ୍କ ବ୍ଲକ ପ୍ରତିନିଧି ଶିବ ପ୍ରସାଦ ଭଳ ପ୍ରମୁଖ ଉପସ୍ଥିତ ଥିଲେବି କିଭଳି ଭାବରେ ସରକାରଙ୍କ ନୀତି ନିୟମକୁ ସେଠାରେ ଉଲ୍ଲଙ୍ଘନ କରାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ