କୋଭିଡ-୧୯ ମୁକାବିଲାରେ ସେନାବାହିନୀର ସକ୍ରିୟ ପଦକ୍ଷେପ
ସେନାବାହିନୀର ସକ୍ରିୟ ପଦକ୍ଷେପ କ୍ୱାରେଂଟାଇନ କେନ୍ଦ୍ରରେ ୧୦୯୫ ଜଣଙ୍କୁ ନିରୀକ୍ଷଣ ସୁବିଧା
ଚୀନର ଉହାନ ସହରରୁ ନୋଭେଲ କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବା ପରଠାରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନ ସ୍ଥଳ ସେନା, ବାୟୁ ସେନା ଓ ନୌସେନା ପକ୍ଷରୁ ବିଶେଷ ସକ୍ରିୟତା ପୂର୍ବକ ପଦକ୍ଷେପ ଗ୍ରହଣ କରାଯାଇଛି । ଚୀନ, ଇରାନ, ଇଟାଲୀ ଓ ଜାପାନ ଆଦି କରୋନା ପ୍ରଭାବିତ ଦେଶରୁ ଭାରତୀୟଙ୍କୁ ଉଦ୍ଧାର କରି ସେମାନଙ୍କୁ ସ୍ୱତନ୍ତ୍ର କ୍ୱାରେଂଟାଇନ (ପୃଥକୀକରଣ) କେନ୍ଦ୍ରରେ ବାଧ୍ୟତାମୂଳକ ଭାବେ ଅଲଗା ରଖାଯିବା ପରେ ଛଡ଼ାଯାଇଛି । ଫେବୃଆରୀ ପହିଲା, ୨୦୨୦ ପରଠାରୁ ବର୍ତମାନସୁଦ୍ଧା ୧୦୯୫ ଜଣ ଲୋକଙ୍କୁ (୫ ଜଣ ବିଦେଶୀଙ୍କ ସମେତ) ଉଦ୍ଧାର କରାଯାଇ ହରିୟାଣାର ମାନେସାର, ଗାଜିଆବାଦର ହିନ୍ଦନ, ଘାଟକୋପର, ମୁମ୍ବାଇ ଓ ରାଜସ୍ଥାନର ଜୈସାଲମେର ଠାରେ ଥିବା କ୍ୱାରେଂଟାଇନ କେନ୍ଦ୍ରରେ ସେମାନଙ୍କୁ ରଖାଯାଇଥିଲା ।
Sl No. Location Number Date of Commencement Date of Release Remarks
1. Manesar 248 01 Feb 2020 18 Feb 2020 • Evacuees from Wuhan, China
• Quarantine over, all released
2. Manesar 124 (inc 05 foreigners) 27 Feb 2020 12 Mar 2020 • Evacuees from Japan Cruise Ship
• Quarantine over. All released
3. Hindan 18 27 Feb 2020 12 Mar 2020 • Medical team and Air Crew who flew to Wuhan
• Quarantine over. All released.
4. Hindan 58 10 Mar 2020 23 Mar 2020 • Evacuees from Iran
• 01 pt (viral pneumonia, 67yr/F) refd to Safdarjung Hosp. Tested negative
5. Manesar 83 11 Mar 2020 24 Mar 2020 • Evacuees from Italy
• One personrefd to Safdarjung Hosp. Tested positive
6. Ghatkopar 44 13 Mar 2020 26 Mar 2020 • Evacuees from Iran
• 06 pts symptomatic refd to Kasturba Hosp. Mumbai, all tested negative and brought back to quarantine camp
7. Jaisalmer 236 15 Mar 2020 28 Mar 2020 • Evacuees from Iran
• 03 pts at isolation wd in 15 AFH
8. Jaisalmer 53 16 Mar 2020 29 Mar 2020 • Evacuees from Iran
9. Jaisalmer 195 18 Mar 2020 31 Mar 2020 • Evacuees from Iran
ଏହାଛଡ଼ା ଭାରତୀୟ ନୌସେନା ପକ୍ଷରୁ ବିଶାଖାପାଟଣାରେ ଥିବା ଆଇଏନଏସ ବିଶ୍ୱକର୍ମାରେ ଏକ କ୍ୱାରେଂଟାଇନ କେନ୍ଦ୍ର ନିର୍ମାଣ କରାଯାଇଛି । ଏଠାରେ ପାଖାପାଖି ୨୦୦ ଲୋକଙ୍କୁ ପୃଥକ କରି ରଖିବା ନିମନ୍ତେ ସୁବନ୍ଦୋବସ୍ତ ରହିଛି । ମୁମ୍ବାଇରେ ଏହାର ପ୍ରମୁଖ ହସ୍ପିଟାଲ ଆଇଏନଏଚଏସ ଅଶ୍ୱିନୀରେ ଆଇସୋଲେସନ ସୁବିଧା କରାଯାଇଛି । ଦକ୍ଷିଣ ନୌ କମାଣ୍ଡ (ଏସଏନସି) ଅଧୀନରେ ଥିବା କୋଚି ନୌସେନା ବେସ ଠାରେ ଭାରତୀୟ ନାଗରିକମାନଙ୍କୁ କ୍ୱାରେଂଟାଇନ ସୁବିଧା ଦେବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏସଏନସି ମଧ୍ୟ କେରଳ ସରକାରଙ୍କ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଏର୍ଣ୍ଣାକୁଲମ ଜିଲ୍ଲା ପ୍ରଶାସନ ସହିତ ମିଶି ଘରୋଇ ହୋଟେଲ ଓ ରିସୋର୍ଟଗୁଡ଼ିକରେ କ୍ୱାରେଂଟାଇନ ସୁବିଧା ପ୍ରଦାନ କରିବା ଲାଗି ସକ୍ରିୟ ଭାବେ କାର୍ଯ୍ୟ କରୁଛି ।
ଏହାଛଡ଼ା ସମସ୍ତ ପ୍ରକାରର ପରିସ୍ଥିତି ପାଇଁ ସେନା ଡାକ୍ତରଖାନାଗୁଡ଼ିକୁ ସଜାଗ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଆଜି ଏଠାରେ ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟା ଡ୍ରାଫ୍ଟ-୨୦୨୦ ଉନ୍ମୋଚନ କରିବା ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂ କହିଛନ୍ତି ଯେ ବର୍ତମାନର କୋଭିଡ-୧୯ ପରିସ୍ଥିତି ସେମାନଙ୍କର ଦୀର୍ଘଅବଧିର ଅଧିଗ୍ରହଣ ପ୍ରକ୍ରିୟା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।