କୋଭିଡ-୧୯ ଲକଡାଉନ ପରିପ୍ରେକ୍ଷୀରେ ଶକ୍ତି ମନ୍ତ୍ରୀଙ୍କ ଘୋଷଣା

#, ଲକଡାଉନ କାଳରେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ନିଶ୍ଚିତ କରିବ ଅହୋରାତ୍ର ବିଜୁଳି ଯୋଗାଣ
#, ପେମେଂଟ ସିକ୍ୟୁରିଟିରେ ଶତକଡା ୫୦ ଭାଗ ହ୍ରାସ
#, ବିଦ୍ୟୁତ ସରବରାହ ଲାଇସେନ୍ସ ଓ ଉପଭୋକ୍ତାଙ୍କ ଦେୟ ପଇଠ ଅବଧି ତିନି ମାସ ଲାଗି ସ୍ଥଗିତ
#, ଏହିଭଳି ନିର୍ଦ୍ଦେଶ ଜାରି କରିବାକୁ ରାଜ୍ୟମାନଙ୍କୁ ପରାମର୍ଶ

ନୂଆଦିଲ୍ଲୀ : କରୋନା ସଂକ୍ରମଣର ଭୟାଭୟତାକୁ ଦୃଷ୍ଟିରେ ରଖି ଲକଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ବିଦ୍ୟୁତ ଉତ୍ପାଦନ, ସରବରାହ, ବଂଟନ ଓ ଏହାର ପଦ୍ଧତିଗତ କାର୍ଯ୍ୟକ୍ରମରେ ବିଭାଗୀୟ କର୍ମଚାରୀମାନେ ଅହୋରାତ୍ର ଉଦ୍ୟମ ଜାରି ରଖିଛନ୍ତି । ଏଭଳି ଜଟିଳ ପରିସ୍ଥିତିରେ ଶକ୍ତି ମନ୍ତ୍ରଣାଳୟ ଏହାର ସମସ୍ତ ଉପଭୋକ୍ତାମାନଙ୍କୁ ବିଜୁଳି ଶକ୍ତି ଯୋଗାଇବାରେ ପ୍ରତିଶୃତିବଦ୍ଧ ବୋଲି କେନ୍ଦ୍ର ଶକ୍ତି ମନ୍ତ୍ରୀ ରାଜ କୁମାର ସିଂ କହିଛନ୍ତି ।  ଦେଶର ଶତକଡା ୭୦ ଭାଗ ବିଦ୍ୟୁତ ଶକ୍ତି ତାପଜ ଶ୍ରେଣୀୟ । ସେ ଦୃଷ୍ଟିରୁ ତାପଜ ଶକ୍ତି କେନ୍ଦ୍ରଗୁଡିକୁ କୋଇଲାର ନିରବଚ୍ଛିନ୍ନ ପରିବହନ ଯେପରି ଜାରି ରହେ, ତାଙ୍କ ମନ୍ତ୍ରଣାଳୟ ରେଳ ଓ କୋଇଲା ମନ୍ତ୍ରଣାଳୟ ସହିତ ଯୋଗାଯୋଗରେ ରହିଛି ।
ଲକଡାଉନ ଯୋଗୁଁ ଉପଭୋକ୍ତାମାନେ ବିଦ୍ୟୁତ ବଂଟନକାରୀ କମ୍ପାନୀଗୁଡିକୁ ସେମାନଙ୍କେ ଦେୟ ଯଥା ସମୟରେ ପୈଠ କରିପାରୁନାହାନ୍ତି । ସେ ଦୃଷ୍ଟିରୁ ବଂଟନକାରୀ କମ୍ପାନୀଗୁଡିକ ବିଦ୍ୟୁତ ଉତ୍ପାଦନ ଓ ସରବରାହ ସଂସ୍ଥାଗୁଡିକୁ ସେମାନଙ୍କର ଧାର୍ଯ୍ୟ ଦେୟ ପୈଠ କରିପାରୁନାହାନ୍ତି । ସେ ଦୃଷ୍ଟିରୁ ଶକ୍ତି ମନ୍ତ୍ରୀ ଶକ୍ତି କ୍ଷେତ୍ରକୁ କେତକ ରିହାତିର ଅନୁମୋଦନ କରିଛନ୍ତି । ପରିବଂଟନ କମ୍ପନୀଗୁଡିକର ଆର୍ଥିକ ସମସ୍ୟାକୁ ଦୃଷ୍ଟିରେ ରଖି କେତେକ ପଦକ୍ଷେପ ନିଆଯାଇଛି । ୧. ବିଦ୍ୟୁତ ଉତ୍ପାଦନ ଓ ସରବରାହ ସଂସ୍ଥାଗୁଡିକ ସେମାନଙ୍କର ଦେୟ ପୈଠ ନ ହୋଇଥିଲେ ମଧ୍ୟ ବିଦ୍ୟୁତ ଯୋଗାଣ ଅବ୍ୟାହତ ରଖିବେ । ବର୍ତମାନର ସଙ୍କଟଜନକ ପରିସ୍ଥିତିରେ ବିଦ୍ୟୁତ ଯୋଗାଣ କୌଣସିମତେ ହ୍ରାସ କରାଯିବ ନାହିଁ । ୨. ଆଗାମୀ ୩୦ ଜୁନ ପର୍ଯ୍ୟନ୍ତ ସିକ୍ୟୁରିଟି ବାବଦ ଅର୍ଥ ଜମା ସ୍ଥିତି ବଳବତର ରହିବ । ୩. ୩ ମାସର ମହଲତ ଦେବା ପାଇଁ ଏଥିନେଇ କେନ୍ଦ୍ରୀୟ ବିଦ୍ୟୁତ ନିୟାମକ ଆୟୋଗଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି । ସେହିଭଳି ନିର୍ଦ୍ଦେଶ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗଙ୍କୁ ଦେବା ଲାଗି ରାଜ୍ୟ ସରକାରମାନଙ୍କୁ ମଧ୍ୟ ଅନୁରୋଧ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ