କୋଭିଡ-୧୯ ସମ୍ପର୍କରେ ପ୍ରଶ୍ନ ପଚାରିବା ପାଇଁ ସ୍ୱତନ୍ତ୍ର ସ୍ୱଚ୍ଛତା ଆପର ସଂଶୋଧିତ ସଂସ୍କରଣ
ନୂଆଦିଲ୍ଲୀ : କୋଭିଡ-୧୯ ସଙ୍କଟ ସମୟରେ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ସଚିବ ଦୁର୍ଗାଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ (ଭିସି) ମାଧ୍ୟମରେ ଗତକାଲି ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଂଚଳ (ୟୁଟି) ଏବଂ ସହରଗୁଡ଼ିକ ପାଇଁ ବର୍ତ୍ତମାନ ଉପଲବ୍ଧ ହେଉଥିବା ସ୍ୱଚ୍ଛତା ଆପର ସଂଶୋଧିତ ସଂସ୍କରଣ ଜାରି ହେବା ନେଇ ଘୋଷଣା କରିଛନ୍ତି । ସ୍ୱଚ୍ଛ ଭାରତ ମିଶନ (ସହରାଞ୍ଚଳ) ଅଧୀନରେ ନାଗରିକମାନଙ୍କ ପାଇଁ ଏକ ଅତି ଲୋକପ୍ରିୟ ଅଭିଯୋଗ ନିବାରଣ ଉପକରଣ ସ୍ୱଚ୍ଛତା- ଏମଓଏଚୟୁଏ ଆପ୍ ଯାହାକୁ ସାରା ଦେଶର ବିଭିନ୍ନ ସହରାଞ୍ଚଳର ୧.୭ କୋଟିରୁ ଅଧିକ ଲୋକ ବ୍ୟବହାର କରୁଛନ୍ତି । ସମ୍ପ୍ରତି କୋଭିଡ ସମ୍ପର୍କିତ ବିଭିନ୍ନ ଅଭିଯୋଗ ଓ ତା’ର ସମାଧାନ ପାଇଁ ଏହି ଆପର ସଂଶୋଧିତ ସଂସ୍କରଣ ମାଧ୍ୟମରେ ନାଗରିକମାନେ ଏବଂ ସ୍ୱାୟତ୍ତ ଶାସନ ସଂସ୍ଥା ଉପକୃତ ହୋଇ ପାରିବେ । କୋଭିଡ ମହାମାରୀ ସମୟରେ ସ୍ୱଚ୍ଛତା ଆପ୍ ଲୋକପ୍ରିୟତାକୁ ବଜାୟ ରଖି ଏହି ସଂଶୋଧିତ ସଂସ୍କରଣ ଦ୍ୱାରା ନାଗରିକ ଏବଂ ବ୍ୟବହାରକାରୀମାନେ ଏହାର ଅଧିକ ଉପଯୋଗ କରି ପାରିବେ । ତେବେ ଏଥିରେ ସଂଯୋଗ କରାଯାଇଥିବା ନୂତନ ବର୍ଗ ପୂର୍ବରୁ ଏହି ଆପରେ ଥିବା ବର୍ଗ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ଏବଂ ନାଗରିକମାନେ ପୂର୍ବଭଳି ବିଭିନ୍ନ ବର୍ଗରେ ସେମାନଙ୍କ ଅଭିଯୋଗ ପୋଷ୍ଟ କରିପାରିବେ । ଭିଡିଓ କନଫରେନ୍ସ ଅବସରରେ ମିଶ୍ର କହିଛନ୍ତି ‘ସ୍ୱଚ୍ଛ ଭାରତ ମିଶନ ସହରାଞ୍ଚଳ ଅଧୀନରେ (ଏସବିଏମ-ୟୁ)ରେ ଆମେ ସାମୁହିକଭାବେ କୋଭିଡ-୧୯ ସଙ୍କଟକାଳରେ ନାଗରିକମାନଙ୍କର ସୁରକ୍ଷା ଏବଂ କଲ୍ୟାଣକୁ ସୁନିଶ୍ଚିତ କରିବା ପାଇଁ କାର୍ଯ୍ୟ କରୁଛି । ଏ ସମ୍ବନ୍ଧରେ ରାଜ୍ୟଗୁଡ଼ିକୁ, କେନ୍ଦ୍ରଶାସିତ ପ୍ରଦେଶ ଏବଂ ସହରାଞ୍ଚଳଗୁଡ଼ିକୁ ଅଧିକ ସହାୟତା ଯୋଗାଇ ଦେବା ପାଇଁ ଏମଓଏଚୟୁଏ ଅତିରିକ୍ତ ୯ଟି ବର୍ଗ ସାମିଲ କରିଛି । ବିଶେଷ କରି କୋଭିଡ-୧୯ସମ୍ପର୍କରେ ଅଭିଯୋଗ ପାଇଁ ଏ ବ୍ୟବସ୍ଥା କରାଯାଉଛି । ବର୍ତ୍ତମାନ ସମୟର ଆହ୍ୱାନକୁ ଚାହିଁ ସ୍ୱଚ୍ଛତା – ଏମଓଏଚୟୁଏ ଆପକୁ ଅଧିକ ସମ୍ବେଦନଶୀଳ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ସାମିଲ କରାଯାଇଥିବା ଅତିରିକ୍ତ ୯ଟି ବର୍ଗ ମଧ୍ୟରେ, କୋଭିଡ-୧୯ସମୟରେ ଔଷଧ ସିଂଚନ / ସାନିଟେସନ ପାଇଁ ଅନୁରୋଧ, କ୍ୱାରେନଟାଇନ୍ ଉଲଙ୍ଘନ, ଲକଡାଉନ ଉଲଙ୍ଘନ, ସନ୍ଦିଗ୍ଧ ମାମଲାର ରିପୋର୍ଟ କରିବା, ଖାଦ୍ୟ ପାଇଁ ଅନୁରୋଧ କରିବା, ଆଶ୍ରୟ ପାଇଁ ଅନୁରୋଧ କରିବା, ଔଷଧ ପାଇଁ ଅନୁରୋଧ କରିବା, ରୋଗୀଙ୍କୁ ପରିବହନ କରି ନେବାରେ ପାଇଁ ସହାୟତା ନିମନ୍ତେ ଅନୁରୋଧ କରିବା, କ୍ୱାରେନଟାଇନ ଅଂଚଳରୁ ଆବର୍ଜନା ଉଠାଇ ନେବା ପାଇଁ ଅନୁରୋଧ କରିବା, ଏହି ସଂଶୋଧିତ ଆପର ପାଇଲଟ ଭର୍ସନ କେତେକ ବଛାବଛା ରାଜ୍ୟ ଓ ସହରଗୁଡ଼ିକ ସହିତ ପୂର୍ବରୁ ସେୟାର କରାଯାଇଛି । ଏ ସମ୍ପର୍କରେ ମିଳିଥିବା ମତାମତ ଅନୁସାରେ ଏହାକୁ ସାରା ଦେଶରେ ଜାରି କରାଯାଉଛି । ଭିଡିଓ କନଫରେନ୍ସରେ ଯୋଗ ଦେଇଥିବା ରାଜ୍ୟଗୁଡ଼ିକର ସ୍ୱଚ୍ଛତା ମିଶନର ନିର୍ଦ୍ଦେଶକ ଏବଂ ସ୍ୱାୟତ ଶାସନ ସଂସ୍ଥାର ପ୍ରତିନିଧିମାନେ ଏହି ଘୋଷଣାକୁ ଉଚ୍ଚ ପ୍ରଶଂସା କରିଥିଲେ । କୋଭିଡ-୧୯ ସମ୍ପର୍କରେ ନାଗରିକମାନଙ୍କର ଅଭିଯୋଗଗୁଡ଼ିକର ସମାଧାନ ପାଇଁ ଏହି ସ୍ୱଚ୍ଛତା-ଏମଓଏଚୟୁଏ ଆପ୍ର ଲାଭ ଉଠାଇବା ପାଇଁ ସେମାନେ ତତ୍ପର ଅଛନ୍ତି ବୋଲି ମତ ଦେଇଥିଲେ । ସ୍ୱଚ୍ଛତା ଆପ୍ ଏକ ପ୍ରଭାବଶାଳୀ ଡିଜିଟାଲ ଉପକରଣ ଭାବେ ନାଗରିକମାନଙ୍କୁ ନିଜ ସହର ଏବଂ ସ୍ୱାୟତ୍ତ ଶାସନ ସଂସ୍ଥାରେ ସ୍ୱଚ୍ଛତା ବଜାୟ ରଖିବା ଦିଗରେ ଉତ୍ତରଦାୟୀ ଭାବେ ସକ୍ରିୟ ଭୂମିକା ତୁଲାଇବାରେ ସହାୟତା କରୁଛି । ନିୟମିତ ଅପଡେଟ୍ ପାଇଁ ଦୟାକରି ସ୍ୱଚ୍ଛ ଭାରତ ମିଶନ ସରକାରୀ ସାମାଜିକ ଗଣମାଧ୍ୟମ ଗୁଣଗୁଡ଼ିକୁ ଅନୁସରଣ କରନ୍ତୁ : ୱେବ୍ ପୋର୍ଟାଲ: www.swachhbharaturban.gov.in, ଫେସବୁକ୍ ପେଜ୍ – ସ୍ୱଚ୍ଛଭାରତ ମିଶନ – ସହରାଞ୍ଚଳ ଟ୍ୱିଟର ହ୍ୟାଣ୍ଡେଲ–@SwachhBharatGov