କୋଭିଡ-୧୯ ସମ୍ପର୍କରେ ସଦ୍ୟତମ ସୂଚନା

ନୂଆଦିଲ୍ଲୀ : ଦେଶରେ କୋଭିଡ-୧୯ର ନିରାକରଣ, ପ୍ରତିରୋଧ ଓ ମୁକାବିଲା ପାଇଁ ଭାରତ ସରକାର ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକର ସହଭାଗିତାରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏସବୁ ପଦକ୍ଷେପକୁ ଉଚ୍ଚସ୍ତରରେ ସମୀକ୍ଷା କରାଯାଉଛି। ରାଜ୍ୟର ସମସ୍ତ ଭାଗରେ କୋଭିଡ- ୧୯ ମୁକାବିଲାକୁ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ କ୍ୟାବିନେଟ ସଚିବ ଭିଡିଓ କନଫରେନ୍ସ ଜରିଆରେ ବିଭିନ୍ନ ଜିଲ୍ଲା ଅଧିକାରୀଙ୍କ ସହିତ ଅତ୍ୟାଧୁନିକ ସ୍ତରରେ ଆଲୋଚନା କରିଆସୁଛନ୍ତି । କୋଭିଡ-୧୯ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ବିପତ୍ତି ପରିଚାଳନା ଯୋଜନା ପ୍ରସ୍ତୁତ କରିବା ଲାଗି ସମସ୍ତ ଜିଲ୍ଲାଗୁଡ଼ିକୁ ପରାମର୍ଶ ଦିଆଯାଇଛି।
କୋଭିଡ-୧୯ ମହାବାରୀ ସଂକ୍ରମଣକୁ ରୋକିବା ଲାଗି ସଙ୍ଗରୋଧ ସୁବିଧା ପ୍ରତିଷ୍ଠା କରିବା ଲାଗି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଗାଇଡଲାଇନ ଜାରି କରାଯାଇଛି । ସଙ୍ଗରୋଧରେ ଥିବା ଅନ୍ୟ ଲୋକମାନଙ୍କ ମଧ୍ୟରୁ ସନ୍ଦିଗ୍ଧ ଏବଂ ଅଧିକ ବିପଦ ଥିବା କଣ୍ଟାକ୍ଟଙ୍କୁ ପୃଥକ କରିବା ଲାଗି ଏହି ଗାଇଡଲାଇନରେ ଗୁରୁତ୍ବାରୋପ କରାଯାଇଛି। ଏହି ଗାଇଡଲାଇନ : https://www.mohfw.gov.in/pdf/90542653311584546120quartineguidelines.pdf
ରେ ଉପଲବ୍ଧ ରହିଛି। କୋଭିଡ-୧୯ ରୋଗୀଙ୍କ ଚିକିତ୍ସା/ନିଦାନ/ସଙ୍ଗରୋଧରୁ ସୃଷ୍ଟି ହେଉଥିବା ଆବର୍ଜନା ପରିଚାଳନା, ପ୍ରକ୍ରିୟାକରଣ ଏବଂ ନଷ୍ଟ କରିବା ଲାଗି ମଧ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯାଇଛି,ଯାହାକି https://www.mohfw.gov.in/pdf/63948609501585568987wastesguidelines.pdf. ରେ ଉପଲବ୍ଧ ଅଛି। ଏହାଛଡ଼ା, କୋଭିଡ-୧୯ ମହାମାରୀ ବ୍ୟାପିବା ସମୟରେ ଚାପ ଓ ଭୟ ଦୂର କରିବା ଲାଗି କେତେକ ସୂଚନାଧର୍ମୀ ଭିଡିଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ୱେବସାଇଟରେ ପୋଷ୍ଟ କରାଯାଇଛି। କୋଭିଡ-୧୯ ମୁକାବିଲା ସଂକ୍ରାନ୍ତ ସମସ୍ତ କାର୍ଯ୍ୟ ଯଥା ସଙ୍ଗରୋଧ କେନ୍ଦ୍ର, ସମର୍ପିତ କୋଭିଡ-୧୯ ହସ୍ପିଟାଲ ଏବଂ ଅନ୍ୟ ଡାକ୍ତରୀ ସରଞ୍ଜାମ, ରୋଗୀଙ୍କ ଚିକିତ୍ସା ଆଦି ଲାଗି ଜାତୀୟ ସ୍ବାସ୍ଥ୍ୟ ମିଶନ (ଏନଏଚଏମ) ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସଡିଆରଏଫ) ପାଣ୍ଠି ଉପଯୋଗ କରିବା ନିମନ୍ତେ ରାଜ୍ୟଗୁଡ଼ିକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ, ଏନଏଚଏମ ପକ୍ଷରୁ ପୂର୍ବରୁ ସମସ୍ତ ରାଜ୍ୟଗୁଡ଼ିକୁ ୧୧୦୦ କୋଟି ଟଙ୍କା ଜାରି କରାଯାଇଥିବା ବେଳେ ଆଜି ଅତିରିକ୍ତ ୩୦୦୦ କୋଟି ଟଙ୍କା ଜାରି କରାଯାଇଛି। ସେହିପରି, ଏନ-୯୫ ମାସ୍କ, ଭେଣ୍ଟିଲେଟର ଏବଂ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ଆଦି କେନ୍ଦ୍ର ଭାଗରୁ ସଂଗ୍ରହ କରାଯାଇ ସାରା ଦେଶର ସମସ୍ତ ରାଜ୍ୟଗୁଡ଼ିକୁ ଯୋଗାଇ ଦିଆଯାଇଛି। ବର୍ତ୍ତମାନସୁଦ୍ଧା, ଦେଶରେ ୪୦୬୭ଜଣ ସଂକ୍ରମିତ ଥିବା ବେଳେ ୧୦୯ଜଣ ପ୍ରାଣ ହରାଇଛନ୍ତି। ୨୯୧ଜଣ ସୁସ୍ଥ ହେବା ପରେ ହସ୍ପିଟାଲରୁ ଛାଡ଼ ପାଇଛନ୍ତି।
ବର୍ତ୍ତମାନର ତଥ୍ୟ ଅନୁଯାୟୀ, ମୋଟ ସୁନିଶ୍ଚିତ ମାମଲାକୁ ନିମ୍ନ ପ୍ରକାରରେ ବିଭକ୍ତ କରାଯାଇଛି।  ଲିଙ୍ଗ ଆଧାରିତ ବିତରଣ @) ୭୬% ପୁରୁଷ, @), ୨୪% ମହିଳା @), ବୟସ ଆଧାରିତ ତଥ୍ୟ, @), ୪୭% ଲୋକ- ୪୦ବର୍ଷରୁ କମ ବୟସର, @), ୩୪% ଲୋକ- ୪୦ରୁ ୬୦ବର୍ଷ ବୟସ ବର୍ଗର, @), ୧୯% ଲୋକ- ୬୦ରୁ ଅଧିକ ବୟସ ବର୍ଗର, କୋଭିଡ-୧୯ କାରଣରୁ ପ୍ରାଣ ହରାଇଥିବା ୧୦୯ ଜଣଙ୍କ ରିପୋର୍ଟ ତର୍ଜମା କରିବା ପରେ ନିମ୍ନ ଫଳାଫଳ ହସ୍ତଗତ କହୋଇଛି :  ଲିଙ୍ଗ ଆଧାରିତ ବିତରଣ, @),  ୭୩% ପୁରୁଷ, @), ୨୭% ମହିଳା,  ବୟସ ଆଧାରିତ ତଥ୍ୟ, @), ୬୩% ମୃତକ ବୟସ୍କ ଲୋକ (୬୦ ବର୍ଷରୁ ଅଧିକ), @),  ୩୦% ମୃତକଙ୍କ ବୟସ ୪୦ରୁ ୬୦ବର୍ଷ ମଧ୍ୟରେ, @), ୭% ମୃତକଙ୍କ ବୟସ ୪୦ ବର୍ଷରୁ କମ, ବର୍ତ୍ତମାନସୁଦ୍ଧା ୮୬% ମୃତକଙ୍କର ମଧୁମେହ, ଜଟିଳ କିଡନୀ ରୋଗ, ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ସଂକ୍ରାନ୍ତ ସମସ୍ୟା ରହିଛି। ଯଦିଓ ୧୯% ସଂକ୍ରମିତ ବୟସ୍କ, ତଥାପି ବୟସ୍କଙ୍କ କ୍ଷେତ୍ରରେ ମୃତ୍ୟୁହାର ୬୩% ଥିବା ଜଣାଯାଇଛି। ତେଣୁ ବୟସ୍କ ଲୋକଙ୍କ ପ୍ରତି ଅଧିକ ବିପଦ ରହିଛି । ଆହୁରି, ଯଦିଓ ୬୦ ବର୍ଷରୁ କମ ବୟସର ସଂକ୍ରମିତଙ୍କ ମଧ୍ୟରେ ମୃତ୍ୟୁହାର ୩୭% ରହିଛି ତଥାପି ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଥିବା ଲୋକଙ୍କ ମଧ୍ୟରେ ମୃତ୍ୟୁହାର ୮୬% ପ୍ରତିଶତ ଥିବା ରେକର୍ଡ କରାଯାଇଛି। କୋଭିଡ-୧୯ ସମ୍ପର୍କରେ କୌଣସି ବୈଷୟିକ ସନ୍ଦେହର ସମାଧାନ ଲାଗି technicalquery.covid19@gov.inରେ ଏବଂ ଅନ୍ୟ କିଛି ବିଷୟରେ ଜାଣିବାକୁ ଚାହୁଁଥିଲେ ncov2019@gov.in ରେ ଇମେଲ କରନ୍ତୁ। କୋଭିଡ-୧୯ ସଂକ୍ରାନ୍ତରେ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ହେଲ୍ପଲାଇନ ନଂ : : +୯୧-୧୧-୨୩୯୭୮୦୪୬ or ୧୦୭୫ (ଶୁଳ୍କମୁକ୍ତ)ରେ କଲ କରନ୍ତୁ। କୋଭିଡ-୧୯ ସଂକ୍ରାନ୍ତରେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ହେଲ୍ପଲାଇନ ନଂ https://www.mohfw.gov.in/pdf/coronvavirushelplinenumber.pdf ରେ ଉପଲବ୍ଧ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ