କୋଭିଡ-୧୯ ସମ୍ପର୍କରେ ସଦ୍ୟତମ ସୂଚନା

ନୂଆଦିଲ୍ଲୀ : ଦେଶରେ କୋଭିଡ ବିରୋଧରେ ଜାରି ରହିଥିବା ସମୂହ ସଂଗ୍ରାମରେ, ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କ ସହ ମିଶି ଏହାର ପ୍ରତିକାର, ନିୟନ୍ତ୍ରଣ ତଥା କୋଭିଡ ସଂକ୍ରମଣର ପରିଚାଳନା ସକାଶେ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ସର୍ବୋଚ୍ଚ ସରକାରୀ ସ୍ତରରେ ଏହାକୁ ନିୟମିତ ଭାବେ ସମୀକ୍ଷା କରାଯିବା ସହ ମନିଟର କରାଯାଉଛି । ଦେଶର ସମସ୍ତ ସରକାରୀ ଏବଂ ଘରୋଇ ମେଡ଼ିକାଲ କଲେଜରେ ଜରୁରି ଭିତ୍ତିରେ କୋଭିଡର ନମୁନା ପରୀକ୍ଷା କ୍ଷମତା ବୃଦ୍ଧି ନିମନ୍ତେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ଅନୁଷ୍ଠାନମାନଙ୍କ ଉପରେ ସମାନ ଭାବେ ଦାୟିତ୍ୱ ବଣ୍ଟନ କରିବା ଲାଗି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହିସବୁ ଅନୁଷ୍ଠାନମାନେ ମେଡ଼ିକାଲ କଲେଜର ମେଣ୍ଟର ଭାବେ ନିଜ ନିଜ କ୍ଷେତ୍ରରେ କାର୍ଯ୍ୟ କରିବେ ଏବଂ ନିଜ ନିଜ ରାଜ୍ୟରେ କୋଭିଡ ଟେଷ୍ଟିଂ ସୁବିଧା ପ୍ରତିଷ୍ଠା ଲାଗି ସକଳ ପ୍ରକାର ସହଯୋଗ ଯୋଗାଇଦେବେ । ସେହିସବୁ ଅନୁଷ୍ଠାନମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛିଯେ ରାଜ୍ୟ ସରକାରମାନଙ୍କ ସହ ଉପଯୁକ୍ତ ସମନ୍ୱୟ ରକ୍ଷା କରି ସେମାନେ ନିଜ ନିଜର ଦାୟିତ୍ୱ ସଂପାଦନ କରିବେ । ଗତକାଲି ଠାରୁ ଦେଶବ୍ୟାପୀ କୋଭିଡ-୧୯ର ୯୦୯ଟି ନୂଆ ମାମଲା ବୃଦ୍ଧି ପାଇଥିବା ଜଣାପଡ଼ିଛି । ଏବେସୁଦ୍ଧା ୭୧୬ଜଣ କରୋନା ଆକ୍ରାନ୍ତ ସୁସ୍ଥହୋଇ/ମେଡ଼ିକାଲରୁ ଡ଼ିସଚାର୍ଜ ହୋଇ ଘରକୁ ଫେରିଛନ୍ତି ଏବଂ ଆଜି ସୁଦ୍ଧା କୋଭିଡରେ ମୋଟ ଦେଶରେ ୨୭୩ଜଣଙ୍କର ମୃତ୍ୟୁ ଘଟିଛି । ସରକାର ଏବେ ପ୍ରାଥମିକ ମେଡ଼ିକାଲ ସଂସାଧନ ବୃଦ୍ଧି ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରୁଛନ୍ତି ଯେଉଁଥିରେ ଉତ୍ସର୍ଗୀକୃତ ହସପିଟାଲ, ଆଇସୋଲେସନ୍‌ ୱାର୍ଡ଼, ଆଇସିୟୁ ବେଡ଼୍‌ ଏବଂ କ୍ୱାରାଣ୍ଟାଇନ୍‌ ସୁବିଧା ସାମିଲ । ୧୨.୦୪.୨୦୨୦ ତାରିଖ ସୁଦ୍ଧା, ଯଦ୍ୟପି ୮୩୫୬ଟି କୋଭିଡ ମାମଲା ପାଇଁ ୮୩୫୬ଜଣ ରୋଗୀଙ୍କ ପାଇଁ ୧୬୭୧ଟି ବେଡ଼ (୨୦% ନିଶ୍ଚିତ ଭାବେ ଚିହ୍ନିତ ରୋଗୀ ଯେଉଁମାନେ ମଧ୍ୟମ ଧରଣର ଓ ଅତି ମାତ୍ରାରେ/ଜଟିଳ କ୍ଲିନିକାଲ ଲକ୍ଷଣ ସହ) ଆବଶ୍ୟକତା ରହିଛି, ସେତେବେଳେ ଏବେ ଦେଶବ୍ୟାପୀ ୬୦୧ଟି ଉତ୍ସର୍ଗୀକୃତ କୋଭିଡ ହସପିଟାଲରେ ୧,୦୫,୯୮୦ଟି ବେଡ଼ ଉପଲବ୍ଧ ରହିଛି । ସେହିଭଳି ସାରା ଦେଶରେ ଉତ୍ସର୍ଗୀକୃତ ହସପିଟାଲଗୁଡ଼ିକରେ ଆଇସୋଲେସନ୍‌ ବେଡ଼ ସଂଖ୍ୟକୁ ମଧ୍ୟ ଅଧିକ ବୃଦ୍ଧି କରାଯାଉଛି । କୋଭିଡ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପରିଚାଳନା ସକାଶେ ସାରା ଦେଶରେ ଉତ୍ସର୍ଗୀକୃତ ହସପିଟାଲ ସଂଖ୍ୟ ବୃଦ୍ଧି କରାଯାଇ ଚାଲିଛି । ସରକାରୀ ହସପିଟାଲମାନଙ୍କ ସହ ବିଭିନ୍ନ ଘରୋଇ ହସପିଟାଲ, ସରକାରୀ ସେକ୍ଟର ୟୁନିଟ୍‌, ସେନା ହସପିଟାଲ, ଭାରତୀୟ ରେଳବାଇ ହସପିଟାଲ ଏହି ପ୍ରୟାସରେ ଘନିଷ୍ଠ ସହଯୋଗ କରୁଛନ୍ତି । ଗୋଳାବାରୁଦ କାରଖାନା ବୋର୍ଡ଼ ଏଭଳି ରୋଗୀଙ୍କ ଚିକିତ୍ସାପାଇଁ ଦୁର୍ଗମ ଅଞ୍ଚଳରେ ସ୍ୱତନ୍ତ୍ର ଭାବେ ନିର୍ମିତ ତମ୍ବୁ ଭଳି ମେଡ଼ିକାଲ ସଂସାଧନ ପ୍ରସ୍ତୁତ କରୁଛି । ପ୍ରସ୍ତୁତି ପ୍ରୟାସର ଅଂଶବିଶେଷ ସ୍ୱରୂପ, ବିଶେଷ ଦୃଷ୍ଟିରେ ଥିବା କ୍ଷେତ୍ରରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରିବା ଅନିବାର୍ଯ୍ୟ ହୋଇପଡ଼ିଛି । ତେଣୁ ଏମ୍ସ, ନିମହାନ୍ସ ଭଳି ଜାତୀୟ ପ୍ରସିଦ୍ଧି ଥିବା ଚିକିତ୍ସାନୁଷ୍ଠାନମାନଙ୍କ ମାଧ୍ୟମରେ ଏଭଳି ତାଲିମ ପ୍ରଦାନର ବ୍ୟବସ୍ଥା କରାଯାଇଛି । ଭେଣ୍ଟିଲେଟର ପରିଚାଳନା, କ୍ଲିନିକାଲ ପରିଚାଳନା, ସଂକ୍ରମଣ ପ୍ରତିରୋଧ ନିୟନ୍ତ୍ରଣ ବ୍ୟବସ୍ଥା, ବାୟୋ- ମେଡ଼ିକାଲ ବର୍ଜ୍ୟ ପରିଚାଳନା ଓ ରୋଗସଂକ୍ରମ ଅଧ୍ୟୟନ ସକାଶେ ଅନଲାଇନ ଟ୍ରେନିଂ ମଡ଼ୁ୍ୟଲ୍‌ମାନ ପ୍ରସ୍ତୁତ କରାଯାଇ ସେହିସବୁ ପ୍ରତିଷ୍ଠାନମାନଙ୍କରେ ତାଲିମ ପ୍ରଦାନର ଆୟୋଜନ କରାଯାଉଛି । ଛାମୁଆ ମେଡ଼ିକାଲ ୱାର୍କରଙ୍କ ପାଇଁ ମକ୍‌ ଡ଼୍ରିଲର ଆୟୋଜନ କରାଯାଉଛି । କୋଭିଡ ସଂପର୍କୀତ ବୈଷୟିକ ପ୍ରସଙ୍ଗ, ଗାଇଡ଼ଲାଇନ ଓ ଉପଦେଶିକା ନିମନ୍ତେ ନିର୍ଭରଯୋଗ୍ୟ ଏବଂ ସର୍ବଶେଷ ସୂଚନା ପାଇଁ ଦୟାକରି ନିମ୍ନଲିଖିତ ୱେବସାଇଟ ଭିଜିଟ୍‌ କରନ୍ତୁ: https://www.mohfw.gov.in/ କୋଭିଡ-୧୯ସଂପର୍କୀତ ସମସ୍ତ ବୈଷୟିକ ଜ୍ଞାତବ୍ୟ ପ୍ରଶ୍ନାବଳିକୁ technicalquery.covid19@gov.inରେ ଇ-ମେଲ୍‌ କରାଯାଇପାରିବ ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ଜାଣିବା ପାଇଁ ଭିଜିଟ କରନ୍ତୁ: ncov2019@gov.ଇଂ କୋଭିଡ-୧୯ସଂପର୍କୀତ ଯେକୌଣସି କଥା ଜାଣିବା ସକାଶେ ଦୟାକରି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ହେଲ୍ପଲାଇନ ନଂ : +୯୧-୧୧-୨୩୯୭୮୦୪୬ କିମ୍ବା ୧୦୭୫ (ଦେୟମୁକ୍ତ)ରେ ଯୋଗାଯୋଗ କରନ୍ତୁ ଏବଂ ରାଜ୍ୟ/କେନ୍ଦ୍ରଶାସିତ କ୍ଷେତ୍ରର କୋଭିଡ-୧୯ସଂପର୍କୀତ ହେଲ୍ପଲାଇନ୍‌ ନିମ୍ନ ୱେବସାଇଟ୍‌ରେ ଉପଲବ୍ଧ : https://www.mohfw.gov.in/pdf/coronvavirushelplinenumber.pdf

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ