କୋଭିଡ଼୍ ଯୋଗୁ ଲିଙ୍ଗରାଜ ମହୋତ୍ସବ ବନ୍ଦ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ଭଜନ ମଣ୍ଡପରେ ୬ଦିନ ଧରି ହେବାକୁଥିବା ଲିଙ୍ଗରାଜ ମହୋତ୍ସବ କୋଭିଡ଼୍ ଯୋଗୁ ମବନ୍ଦ କରି ଦିଆଯାଇଛି । ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରା ଉପଲକ୍ଷେ ଓଡ଼ିଶା ସଂସ୍କୃତ ବିଭାଗ, ପୂର୍ବାଚଂଳ ସାସ୍କୃତିକ କେନ୍ଦ୍ର(ଇଜେଡ଼୍‌ସିସି) ଓ ବିଭିନ୍ନ ବେସରକାରୀ ଅନୁଷ୍ଠାନ ସହଯୋଗରେ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ବାହାରୁ ୫୦୦କଳାକାର ଯୋଗ ଦେଇଥାନ୍ତି । ଚଳିତ ବର୍ଷ କୌଣସି ଅନୁଷ୍ଠାନ ନଆସିବା ପାଇଁ ମନା କରାଯିବା ସହ କୋଭିଡ଼୍ କଟକଣା ମାନି କାର୍ଯ୍ୟକ୍ରମ ବନ୍ଦ କରାଗଲା ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟ, ସମ୍ପାଦକ ସନତ ମିଶ୍ର ସୂଚନା ଦେଇଥିଲେ । ଆସନ୍ତା ବର୍ଷ କରୋନା ଦୂରାଇଯିବା ପରେ ମହାସମାରୋହରେ ଏହା କରାଯିବ । ତେବେ ଚଳିତ ବର୍ଷ ସ୍ଥଗିତ ରହିଛି ରାସ୍ତାରେ ୧୪୪ଧାରା ଲାଗିବ ଏଣୁ କୌଣସି ଭକ୍ତ ଆସିବେ ନାହିଁ । ବିଭିନ୍ନ ଗଣମାଧ୍ୟମରେ ରଥଯାତ୍ରା ଦେଖିବା ସହ କରୋନା ପ୍ରତି ସତର୍କ ରହିବାକୁ ଅନୁଷ୍ଠାନର ସଂଯୋଜକ ଲିଙ୍ଗରାଜ ସାହୁଙ୍କ ଅନୁରୋଧ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ