କୋମଳମତି ଶିଶୁ ଯତ୍ନ ବିପଦପୂର୍ଣ୍ଣ ଅବସ୍ଥାରେ ଚାଲିଛି
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ଗଜପତି ଜିଲ୍ଲା ସମନ୍ୱିତ ଶିଶୁ ବିକାଶ ଯୋଜନା ଦ୍ଵାରା ଅଙ୍ଗନବାଡ଼ି ଯୋଜନା କାର୍ଯ୍ୟକାରୀ ହେଉଛି ଏହି ଯୋଜନା ଦ୍ଵାରା ଗର୍ଭବତୀ ଓ କୋମଳମତି ଶିଶୁମାନଙ୍କ ଯତ୍ନ ନେଇ ପୁଷ୍ଟିକର ଖାଦ୍ୟ ଦେଇ ସେମାନଙ୍କ ସ୍ୱାସ୍ଥ୍ୟର ଉନ୍ନତି କରିବା ପାଇଁ ଅଙ୍ଗନବାଡ଼ିକେନ୍ଦ୍ର ଚାଲୁ ରହିଛି ହେଲେ ନୂତନ ଅଙ୍ଗନବାଡ଼ି କେନ୍ଦ୍ରର କୋଠା ନିର୍ମାଣ ହୋଇ 5 ବର୍ଷ ବିତିଯାଇଥିଲେ ସୁଦ୍ଧା ଗଜପତି ଜିଲ୍ଲାର ସାମଗାଇତା ଗ୍ରାମର କେନ୍ଦ୍ର କୋଠାକୁ ଆଜି ପଯ୍ୟନ୍ତ ହସ୍ତାନ୍ତର କରାଯାଇନାହିଁ. ଏଣୁ ଏହି ଅଞ୍ଚଳର କୋମଳମତି ଶିଶୁଙ୍କ ଯତ୍ନ ବିପଦପୂର୍ଣ୍ଣ ଭାବେ ଅଙ୍ଗନବାଡ଼ି କେନ୍ଦ୍ରଙ୍କ ଚାଳ ଘରର ବାରଣ୍ଡାରେ ଅଙ୍ଗନବାଡ଼ି କେନ୍ଦ୍ର ଚାଲୁ ରହିଛି. ଘଟଣାରୁ ପ୍ରକାଶ ଶୈଶବ ଯତ୍ନରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ଅଙ୍ଗନବାଡ଼ି କେନ୍ଦ୍ର। ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷା ଓ ଯତ୍ନକୁ ପ୍ରାଥମିକତା ଦେଇ ରାଜ୍ୟର ଅଙ୍ଗନବାଡ଼ି କେନ୍ଦ୍ରକୁ ଉନ୍ନୀତ କରାଯାଇଛି। ରାଜ୍ୟ ସରକାର ଏଥିପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହାଦ୍ୱାରା ରାଜ୍ୟରେ ଶିଶୁ ଯତ୍ନ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ହେବ ବୋଲି ବ୍ୟାପକ ବ୍ୟବସ୍ଥା କରାଯାଉଛି।ହେଲେ ବିଭାଗୀୟ ଅଧିକାରୀମାନଙ୍କ ଆନ୍ତରିକତା ଅଭାବ ଯୋଗୁଁ କୋମଳମତି ଶିଶୁଙ୍କ ଭବିଷ୍ୟତ ଏବେ ଚାଳଛପର ଅବା କର୍ମଚାରୀ ମାନଙ୍କ ବାରଣ୍ଡା ଚାଲୁଛି।ଏପରି ଅଭାବନୀୟ ପରିସ୍ଥିତି ଦେଇ ଗତି କରୁଛି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ସାମଗାଇତା ଆମ ଅଙ୍ଗନବାଡି କେନ୍ଦ୍ର ଠାରେ।ଏହି ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ ହେବା ପର ଠାରୁ ବନ୍ଦ ରହିଛି।ଏହି କେନ୍ଦ୍ରରେ ପଡ଼ୁଥିବା ଶିଶୁ ମାନଙ୍କ ପାଠପଢ଼ା ଅଙ୍ଗନବାଡ଼ି କର୍ମଚାରୀଙ୍କ ବାରଣ୍ଡାରେ ଚାଲିଥିବା ବେଳେ ଦୀର୍ଘ ବର୍ଷ ହେଲା ନିର୍ମାଣ ଶେଷ ହେବା ପରେ ମଧ୍ୟ କୌଣସି କାର୍ଯ୍ୟରେ ଲାଗୁନଥିଲା ଭଳି ଦେଖିଲେ ଲାଗୁଛି।ଅନୁସନ୍ଧାନ ବେଳେ ଜଣାପଡ଼ିଛି ଯେ ଏହି ନୂତନ ଅଙ୍ଗନବାଡି କେନ୍ଦ୍ରଟି ପାଞ୍ଚ ବର୍ଷ ହେଲା ନିର୍ମାଣ ଶେଷ ହୋଇଥିବା ବେଳେ ଗୁମ୍ମା ବ୍ଲକର ଏକାଧିକ ଅଙ୍ଗନବାଡି କେନ୍ଦ୍ରର ପରିସ୍ଥିତି ଏପରି ରହିଥିଲେ ମଧ୍ୟ ଏହା ଉପରୁ ବିଭାଗ୍ୟ ଅଧିକାରୀ ମାନେ ନଜର ହଟାଇ ଦେଇଥିବା ଅଭିଯୋଗ କରିଛନ୍ତି ସାମୁଏଲ ନାୟକ,ଗବ୍ରିଏଲ ଗମାଙ୍ଗ, ଏଲିଅ କାର୍ଜି,ପିତ୍ର ମଣ୍ଡଳ ଓ ନାଗରିଏଲ ଗୀମାଙ୍ଗ ପ୍ରମୁଖ ଗଜପତି ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଏମାନେ ଦାବି କରିଛନ୍ତି.