କୋମାରୁ ବାହାରିବା ପରେ ଯୁବକ କହିଲେ ଅଲଗା ଦେଶର ଭାଷା

ଅଷ୍ଟ୍ରେଲିଆର ଜଣେ ୨୭ ବର୍ଷୀୟ ଯୁବକ ଏକ ସଡ଼କ ଦୁର୍ଘଟଣାରେ କୋମାକୁ ଚାଲିଯାଇଥିଲେ । ଯେତେବେଳେ କୋମାରୁ ବାହାରିଲେ ସେତେବେଳେ ନିଜର ମୂଳଭାଷା ପରିବର୍ତ୍ତେ ଅଲଗା ଦେଶର ଭାଷା କହିବାକୁ ଲାଗିଲେ । ଯାହା ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏକ ରିପୋର୍ଟରୁ ପ୍ରକାଶ, ମେଲବର୍ଣ୍ଣ ନିବାସୀ ବେନ୍ ମକମୋହନ ୨୦୧୩ରେ ଏକ କାର୍ ଦୁର୍ଘଟଣାରେ ଗୁରୁତର ହୋଇଥିଲେ । ଦୁର୍ଘଟଣା ପରେ ବେନ୍ କୋମାକୁ ଚାଲିଯାଇଥିଲେ । ତାଙ୍କର ମସ୍ତିଷ୍କ କିଛି କାମ କରୁ ନ ଥିଲା । ଗୋଟିଏ ସପ୍ତାହ କୋମାରେ ରହିବା ପରେ ଇଂରାଜୀ ବଦଳରେ ଚାଇନାର ମଣ୍ଡାରିନ୍ ଭାଷା କହିଲେ । ତାଙ୍କର ଏପରି କହିବା ଦେଖି ପରିବାର ଲୋକେ ଚକିତ ହୋଇପଡ଼ିଲେ । ବିଶେଷଜ୍ଞଙ୍କ କହିବା ଅନୁସାରେ, ଦୁର୍ଘଟଣା ପରେ ମସ୍ତିଷ୍କ ସଞ୍ଚାଳନରେ ପରିବର୍ତ୍ତନ ଘଟିଥିଲାୟ ତେଣୁ ଇଂରାଜୀ କହିବା କ୍ଷମତା ସେ ହରାଇ ବସିଥିଲେ । ଏକ କାର୍ଯ୍ୟକ୍ରମରେ ବେନ୍ ଥରେ ଚାଇନା ଯାଇଥିଲେ । ସେଠାରେ ସେ ମଣ୍ଡାରିନ୍ ଭାଷା ଶିଖିଥିଲେ । ଦୁର୍ଘଟଣା ପରେ ଇଂରାଜୀ ପରିବର୍ତ୍ତେ ଚାଇନା ଭାଷା କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ