କୋରନା ନିୟମ ଉଲଂଘନ କରି ୨ ଦୋକାନ ସିଲ
ବ୍ରହ୍ମପୁର,(ଓ୍ବାଇଏନ୍ଏସ୍):କୋରନା ପ୍ରଭାବ ରେ ଗଂଜାମ ସବୁ ରେକର୍ଡ ପାର କରିଛି |ଗଂଜାମ ଜିଲା ପ୍ରଶାସନ ବହୁ ନିୟମ କରି ଥିଲେ ମଧ୍ୟ କିଛି ଅସାଧୁ ବ୍ୟବାସୀ ଏହା କୁ ନ ମାନି ଦୋକାନ ଖୋଲି ବ୍ୟବସାୟ ଜାରି ରଖି ଛନ୍ତି |ଜିଲାପାଳ ଙ୍କ ସୂଚନା କ୍ରମେ ଶନିବାର ଓ ରବିବାର ଗଂଜାମ ଜିଲା କୁ ସମ୍ପୂର୍ଣ ବନ୍ଦ ରଖି ବାକୁ ପରାମର୍ଶ ଦେଇ ଥିଲେ କିନ୍ତୁ ସ୍ୱାଧୀନତା ଦିବସ ଥିବାରୁ କିଛି ଅଂଶ ରେ ସାମାନ୍ୟ କୋହଳ କର ଯାଇ ଥିଲା |ଏଥି ମଧ୍ୟ ରେ ୨ ଟି ଜଳଖିଆ ଦୋକାନ ଖୋଲି ସେମାନଙ୍କ ବ୍ୟବସାୟ ଆରମ୍ଭ କରି ଥିଲେ |ଏହି ଖବର ପୌର ପ୍ରସନ ଜାଣିବା ପରେ ଦୋକାନ ୨ ଟି ଙ୍କୁ ସିଜ଼ କରିବା ସହ ସମସ୍ତ ଜଳଖିଆ ନ ଫୋପାଡ଼ି ଗରିବ ମାନକ ମଧ୍ୟରେ ବାଣ୍ଟି ଥିଲେ |ବି ଏମ ସି କମିସନର ଉପସ୍ଥିତ ରେ ସମସ୍ତ କାର୍ଯ୍ୟ ହୋଇ ଥିବା ରୁ ସମସ୍ତ ଜନସାଧାରଣ ଏହାକୁ ପ୍ରଶଂସା କରି ଛନ୍ତି |


