କୋରନା ଭାଇରସ ରୁ ସମ୍ପୂର୍ଣ୍ଣ ମୁକ୍ତ ଶିବାଶିଷ

ଵ୍ରହ୍ମପୁର:ପନ୍ଦରା ସାହିର ଶିବାଶିଷ ନାୟକ ଶେଷରେ ନିଜ ଘରକୁ ଗତ କାଲି ଫେରିଛନ୍ତି । ମାଲେସିୟା ରୁ ଜାପାନ ଦେଇ ଜାହାଜରେ ଫେରୁଥିବା ବେଳେ କୋରନା ସଂକ୍ରମଣ ଯୋଗୁଁ ଜାପାନ ସରକାର ଉକ୍ତ ଜାହାଜକୁ ସମୁଦ୍ର ଭିତରେ ହିଁ ରଖି ଦେଇଥିଲେ । ସହର ଭିତରକୁ ପ୍ରବେଶ ବାରଣ କରାଯାଇଥିଲା । ଉକ୍ତ ଜାହାଜ ରେ ପରୀକ୍ଷା କରାଯିବା ପରେ କିଛି ବିଦେଶୀ ବ୍ୟକ୍ତି ଙ୍କ ଶରୀରରେ କୋରନା ଭୂତାଣୁ ପୋଜିଟିଭ ଥିବା ଜଣା ପଡିଥିଲା । ସେଥିରେ 123 ଜଣ ଭାରତୀୟ ସୁରକ୍ଷିତ ଥିଲେ ସେମାନଙ୍କୁ କିପରି ଅଣାଯିବ ସେ ନେଇ ଯୋଜନା ପ୍ରସ୍ତୁତ ହେଉଥିଲା। କିଛି ଦିନ ପରେ ଭାରତ ଏବଂ ଓଡିଶା ସରକାରଙ୍କ ସମେତ ସ୍ଥାନୀୟ ବିଧାୟକ ଏବଂ ସାଂସଦ ଙ୍କ ମିଳିତ ଉଦ୍ୟମରେ ଏକ ସ୍ୱତନ୍ତ୍ର ବିମାନରେ ଜାପାନ ରୁ ଭାରତ ଅଣାଯାଇଥିଲା । ଦିଲ୍ଲୀରେ ସମସ୍ତ ଭାରତୀୟ ଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇ ସେମାନଙ୍କ ଘରକୁ ଗତକାଲି ଛଡା ଯାଇଛି । ଜାପାନ ରୁ ଫେରିଥିବା ସମସ୍ତ ଭାରତୀୟ ସୁରକ୍ଷିତ ଥିବା ବେଳେ ଵ୍ରହ୍ମପୁରର ଶିବାଶିଷ ମଧ୍ୟ ସୁରକ୍ଷିତ ଏବଂ କୋରନା ଭାଇରସ ରୁ ସମ୍ପୂର୍ଣ୍ଣ ମୁକ୍ତ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ