କୋରନା ଯୋଦ୍ଧା ଙ୍କ ପ୍ରୟାସ

ମାଲକାନଗିରି,(ଅରୁଣିମା ପୁରୋହିତ ):ମାଲକାନଗିରି ଜିଲ୍ଲା ର ଦୁର୍ଗମ ଅଞ୍ଚଳ ରୂପେ ପରିଚିତ ଚିତ୍ରକୋଣ୍ଡା ବ୍ଲକ । ଏହି ବ୍ଲକ ୧୮ ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଅପହଞ୍ଚ ଓ ମାଓ ପ୍ରବଣ । ୧୮ ଟି ପଞ୍ଚାୟତ ରୁ ୯ ଟି ପଞ୍ଚାୟତ କୁ ଘେରୀ ରହିଛି ଚିତ୍ରକୋଣ୍ଡା ବିସ୍ତୀର୍ଣ୍ଣ ଜଳ ଭଣ୍ଡାର ଓ ଉଚ୍ଚ ପର୍ବତମାଳା । ଦୀର୍ଘ୪୦ ବର୍ଷ ହେବ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇ ରହିଥିଲା |ଏହି ଅଞ୍ଚଳ ଗୁରୁପ୍ରିୟା ସେତୁ ହେବା ପର ଠାରୁ ବିଛିନ୍ନାଞ୍ଚଳ ସ୍ୱାଭିମାନ ଅଞ୍ଚଳ ପରିଣତ ହୋଇଛି । କିଛି ପଞ୍ଚାୟତ କୁ ରାସ୍ତା ଘାଟ ହେବା ସହ ବିକାଶ ମୂଳକ କାର୍ଯ୍ୟ ଆଗେଇ ଚାଲିଛି । କିନ୍ତୁ ଏବେ ବି ଏହି ଅଞ୍ଚଳ ର କିଛି ପଞ୍ଚାୟତ ଓ ଗ୍ରାମ ସୁଆପଲ୍ଲୀ, ନେରୁଡ଼ ପଲ୍ଲୀ,ସୁନାତ୍ମଗୋଇ,ବାତେରୁ କୁ ରାସ୍ତା ନିର୍ମାଣ ହୋଇନାହିଁ । ବର୍ଷାଦିନେ ହୋଇଗଲେ ଏହି ଗ୍ରାମ ଗୁଡିକ ସମ୍ପୂର୍ଣ୍ଣ ବାହ୍ୟଜଗତରୁ ବିଛିନ୍ନ ହୋଇଯାଏ । ବର୍ଷା ଦିନେ ଏହି ଅଞ୍ଚଳରେ ସ୍ୱାସ୍ତ୍ୟସେବା ଯୋଗାଇବା ସ୍ୱାସ୍ତ୍ୟ କର୍ମୀ ଙ୍କ ପାଇଁ କଷ୍ଟସାଧ୍ୟ ହୋଇ ପଡେ । ଏହି ସବୁ ଅଞ୍ଚଳ ରେ ସ୍ୱାସ୍ତ୍ୟ କର୍ମୀଙ୍କୁ ପହଞ୍ଚିବା ପାଇଁ ପଡ଼ୋଶୀ ଆନ୍ଧ୍ର ସୀମା ଦେଇ ଦୀର୍ଘ କିଲୋମିଟର ଚାଲି ଚାଲି ପାହାଡିଆ ରାସ୍ତା ଓ ନଦୀରେ ତଣ୍ଟି ଯାଏ ପାଣିରେ ବୁଡି ନିଜ ଯିବନଙ୍କୁ ବାଜି ଲଗାଇ ନଦୀପାର ହୋଇ ଯିବାକୁ ପଡିଥାଏ । ଏହି କାର୍ଯ୍ୟ କରୁଥିବା ସ୍ୱାସ୍ତ୍ୟ କର୍ମୀ ନିଜ ଜୀବନକୁ ବାଜି ଲଗାଇ ପହଞ୍ଚିଥାନ୍ତି ଏହିସବୁ ଅଞ୍ଚଳରେ , ନିଜ କର୍ତ୍ତବ୍ୟ ରେ ଅବହେଳା ନକରି ଏହି ସବୁ ଅଞ୍ଚଳରେ ସ୍ୱାସ୍ତ୍ୟସେବା ଯୋଗାଇବାର କୋରନା ଯୋଦ୍ଧା ଙ୍କ ପ୍ରୟାସ କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ