କୋରାପୁଟରେ ଦୋକାନ କଟକଣା
ଭୁବନେଶ୍ୱର: କରୋନା ପାଇଁ ଓଡ଼ିଶାରେ ଏବେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ସତ୍ତ୍ୱେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି । ଅନ୍ୟପକ୍ଷରେ ଲକଡାଉନ ଜାରି ରହିଥିଲେ ହେଁ ରାଜ୍ୟରେ ଦୋକାନ ଖୋଲିବା କ୍ଷେତ୍ରରେ ଥିବା କଟକଣାକୁ କିଛିଟା କୋହଳ କରାଯାଇଛି । କିନ୍ତୁ କୋରାପୁଟ ଜିଲ୍ଲାରେ ପ୍ରଥମ ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ସେଗୁଡ଼ିକ ହେଲା:
୧- ଜରୁରୀ ସାମଗ୍ରୀ ଦୋକାନ ସକାଳ ୭ରୁ ଦିନ ୧୨ଟା ଯାଏଁ ଖୋଲିବ
୨- ଗ୍ରୋସରୀ, କ୍ଷୀର, ପରିବା, ଫଳ, ଆମିଷ ଦୋକାନ ଦିନ ୧୨ଟା ଯାଏଁ ଖୋଲା ରହିବ
୩- କୋରିଅର, ଅନଲାଇନ ଡେଲିଭରି ସେବା ଦିନ ୨ଟା ଯାଏଁ ଖୋଲିବ
୪- ଇଲେକ୍ଟ୍ରି, ବହି, ଜେରକ୍ସ, କମ୍ପ୍ୟୁଟର ଓ ମୋବାଇଲ ଦୋକାନ ଖୋଲା ରହିବ
୫- ମୋବାଇଲ ରିଚାର୍ଜ, କମନ ସର୍ଭିସ ସେଣ୍ଟର ବି ଦିନ ୨ଟା ଯାଏଁ ଖୋଲା ରହିବ
୬- ସିମେଣ୍ଟ, ଲୁହାଛଡ଼, ଚିପ୍ସ, ଇଟା, ମାର୍ବଲ ଓ ହାର୍ଡୱେର ଦୋକାନ ଖୋଲା ରହିବ
୭- ସାର, ପଶୁ ଖାଦ୍ୟ, କୃଷି ଉପକରଣ ଦୋକାନ ସହ ଗ୍ୟାରେଜ ଖୋଲା ରହିବ
୮- ଔଷଧ ଦୋକାନ, ପାଥୋ ଲ୍ୟାବ, ଘରୋଇ କ୍ଲିନିକ କଟକଣା ମୁକ୍ତ
୯- ପଶୁ ଡାକ୍ତରଖାନା, ପେଟ୍ରୋଲ ପମ୍ପ ଓ ଏଲପିଜି କଟକଣା ମୁକ୍ତ
୧୦- ଏନଏଚ କଡ଼ରେ ଥିବା ଗ୍ୟାରେଜ ଓ ଟାୟାର ଦୋକାନ କଟକଣା ମୁକ୍ତ
ପ୍ରକାଶ ଯେ, କୋରାପୁଟ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି ପ୍ରଥମ କରୋନା ପଜିଟିଭି । ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଦଶମନ୍ତପୁର ଅଞ୍ଚଳକୁ କଣ୍ଟନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଲୋକେ ଘରୁ ବାହାରିବା ଉପରେ ଲାଗିଛି କଟକଣା । ଦଶମନ୍ତପୁର ବ୍ଲକର ପୋଡାଗଡରେ ଜଣେ ୨୨ ବର୍ଷିୟ ସ୍ୱାସ୍ଥ୍ୟକର୍ମୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏହାପରେ ଦଶମନ୍ତପୁର ବ୍ଲକ ପୋଡାଗଡ ଅଚଂଳର ୩ କିଲୋମିଟର ପରିଧିକୁ କଣ୍ଟନମେଣ୍ଟ ଅଂଚଳ ଘୋଷଣା କରାଯାଇଛି । ୪୮ ଘଂଟା ପାଇଁ ଏହି କଟକଣା ଲାଗୁ ହୋଇଛି । ସଂପୃକ୍ତ ଅଂଚଳରେ ଆବଶ୍ୟକ ସାମଗ୍ରୀ ଜିଲ୍ଲା ପ୍ରଶାସନ ଯୋଗଇବ ବୋଲି ସୂଚନା ମିଳିଛି । ସେହିପରି ୭ କିମି ପରିଧି ପର୍ୟ୍ୟନ୍ତ ବଫର ଜୋନ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ପୋଡାଗଡର ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ସଂକ୍ରମିତ ଜଣଙ୍କ ପଶ୍ଚିମବଙ୍ଗରୁ ଫେରିଥିବାରୁ ତାଙ୍କ ସ୍ବାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ଏହି ରିପୋର୍ଟ ପଜିଟିଭ ଆସିଛି।


