କୋରାପୁଟ ଜିଲାପାଳଙ୍କ ଦ୍ୱାରା ସ୍ଵାସ୍ଥ୍ୟ ଓ ଆଇସିଡିଏସ ବିଭାଗର ମିଳିତ ସମୀକ୍ଷା ବୈଠକ

କୋରାପୁଟ,(ହେମନ୍ତ ପାଣିଗ୍ରାହୀ):କୋରାପୁଟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ସ୍ଵାସ୍ଥ୍ୟ ଓ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ବିଭାଗର ମିଳିତ ସମୀକ୍ଷା ବୈଠକ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରବିନ୍ଦ୍ର କୁମାର ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ ସମୀକ୍ଷା ବୈଠକରେ ମୁଖ୍ୟତଃ ଗ୍ରାମାଞ୍ଚଳ ଗୁଡିକରେ ସ୍ଵାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର, ସହରାଞ୍ଚଳ ସ୍ଵାସ୍ଥ୍ୟ କେନ୍ଦ୍ର, ଏ ଏନ୍ ଏମ କେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି ବିକାଶ, ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟ ସେବା ପହଞ୍ଚାଇବା ଓ ଶୂନ୍ୟ ଶିଶୁ ମାତୃ ମୃତ୍ୟୁହାର କରିବା ଦିଗରେ ଗୁରୁତ୍ବ ଦିଆଯାଇଥିଲା । ଆସନ୍ତା ବର୍ଷା ଋତୁରେ ଗ୍ରାମାଞ୍ଚଳରେ ଯେଭଳି ପ୍ରତ୍ୟେକ ଔଷଧ ମହଜୁଦ ରଖି ତୃଣମୂଳ ସ୍ତରରେ ସ୍ଵାସ୍ଥ୍ୟ ସେବା ଯୋଗାଉଥିବା ମହିଳା ସ୍ଵାସ୍ଥ୍ୟ କର୍ମୀ, ଅଙ୍ଗନବାଡ଼ି ଓ ଆଶା ସମନ୍ଵୟ ରକ୍ଷା କରି କର୍ତ୍ତବ୍ୟ ପାଳନ କରିବେ ସେ ଦିଗରେ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ନିଜ ପ୍ରଚେଷ୍ଟାରେ ଜିଲ୍ଲାରେ ଆରମ୍ଭ କରିଥିବା ଜନ୍ମଶ୍ରୀ ଯୋଜନା କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ। ଜନ୍ମଶ୍ରୀ ଯୋଜନାରେ ଜିଲ୍ଲାର ପ୍ରତି ଗର୍ଭବତୀ ମହିଳା ନିୟମିତ ବ୍ୟବଧାନରେ କିପରି ନିଶୁଳ୍କ ଅଲଟ୍ରା ସାଉଣ୍ଡ କରି ସ୍ଵାସ୍ଥ୍ୟ ପରୀକ୍ଷା କରିବେ ସେଥିପାଇଁ ଜିଲ୍ଲାପାଳ ଏହି ନିଜସ୍ବ ଯୋଜନା କରିଛନ୍ତି, ଏହା ଯୋଗୁଁ ଗ୍ରାମାଞ୍ଚଳର ଅନେକ ଗରିବ ଗର୍ଭବତୀ ଉପକୃତ ହେଉ ଥିବାରୁ ଏହାକୁ ଗୁରୁତ୍ବ ଦିଆ ଯାଇଛି। ଅନ୍ୟ ପକ୍ଷରେ ଶିଶୁ ଓ ମାତୃ ମୃତ୍ୟୁହାର ହ୍ରାସ ପାଇଁ ଗୁରୁତ୍ଵ ଦେଇ ଜିଲ୍ଲାରେ ଆଉ କିଛି ଅଧିକ ମା ଘର ସ୍ଥାପିତ କରି ଯୋଗାଯୋଗ ସମସ୍ୟା ଥିବା ଅଞ୍ଚଳର ଗର୍ଭବତୀ ମାନଙ୍କୁ ପ୍ରସବ ସମୟର ଅନ୍ତତଃ ୧୫-୨୦ ଦିନ ପୁର୍ବରୁ ମା ଘରେ ସ୍ଥାନାନ୍ତର କରିବା ସହ ସେମାନଙ୍କ ଉପଯୁକ୍ତ ଯତ୍ନ ନେବା ଉପରେ ଜିଲ୍ଲାପାଳ ଗୁରୁତ୍ଵ ଦେଇଛନ୍ତି। ବର୍ଷା ଋତୁରେ ଜିଲ୍ଲାର କେତେକ ଦୁର୍ଗମ ଗ୍ରାମାଞ୍ଚଳରେ ଆମ୍ବୁଲାନ୍ସ ସେବା କିମ୍ଵା ମୋବାଇଲ ଫୋନ ସେବା ଯୋଗାଇବା ଅସମ୍ଭବ ଥିବା କାରଣରୁ ପ୍ରସବାର ଯଥେଷ୍ଟ ପୁର୍ବରୁ ଗର୍ଭବତୀ ମାନଙ୍କୁ ମା ଘରକୁ ସ୍ଥାନାନ୍ତର କରା ଗଲେ ଉଭୟ ମା ଓ ଶିଶୁ ପ୍ରତି ବିପଦ ଦୂରେଇ ଯିବା ସମ୍ଭାବନା ରହିଛି। ତେଣୁ ଜିଲ୍ଲାପାଳ ଏହାକୁ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ