କୋରାପୁଟ ଜିଲ୍ଲା ରେ ଅବକାରୀ ବିଭାଗ ଫେଲ୍ ଘରକୁ ଘର ବୁଲି ବିକା ଯାଉଛି ଚୋରା ମଦ
କୋରାପୁଟ, (ହେମନ୍ତ ପାଣଗ୍ରାହୀ) : କୋରାପୁଟ ଜିଲ୍ଲା ରେ ଫେଲ ମାରିଛି ଅବକାରୀ ବିଭାଗ। ଜିଲ୍ଲାର ପ୍ରତ୍ୟକ ବ୍ଲକରେ ଅବକାରୀ ବିଭାଗର ଅଫିସ୍ ଅଛି, ଅଫିସ୍ ରେ ସମସ୍ତ ସରଞାମ ଅଛି, ବିଚରଣ ନିମନ୍ତେ ସରକାରୀ ଯାନ ର ମଧ୍ଯ ବ୍ୟବସ୍ଥା ଅଛି କିନ୍ତୁ ବୋଲ ମାନୁ ନାହାଁନ୍ତି ଚୋରା ମଦ ବେପାରୀ। ସବୁ ବ୍ଲକ୍ ର, ସବୁ ଗ୍ରାମକୁ ଚୋରାରେ ମଦ ବିତରଣ କରାଯାଉଛି। ପ୍ରତ୍ୟେକ ବ୍ଲକର ପ୍ରତି ଘରେ, ଘରେ ଚୋରା ମଦ ବିକ୍ରି କରାଯାଉଛି। ସରକାରଙ୍କ ନିୟମକୁ ଫୁ କରି କୋରାପୁଟ ଜିଲ୍ଲାର ପ୍ରତି ଗାଁରେ ଚୋରା ମଦ ବିକ୍ରି ହେଉଛି। ଅବକାରୀ ବିଭାଗ ଓ ଚୋରା ମଦ ବିକ୍ରି କରୁଥିବା ମାଲିକଙ୍କ ମଧ୍ୟରେ ଚାଲିଥିବା ମଧୁ ଚନ୍ଦ୍ରିକାରେ ବଳି ପଡୁଛନ୍ତି ନିରୀହ କୋରାପୁଟିଆ ଆଦିବାସି। ସରକାରୀ ନିୟମକୁ ନ ମାନି ମନ ଇଚ୍ଛା ଘରେ ,ଘରେ ଚୋରା ମଦ ବିକ୍ରି କରାଯାଉଥିବା ଦେଖିବାକୁ ମିଳୁଛି। ସରକାରଙ୍କ ନିୟମ ରହିଛି ଯେଉଁଠାରେ ମଦ ଭାଟି ଅଛି ସେହି ସ୍ଥାନରେ ହିଁ ମଦ ବିକ୍ରି କରିପାରିବେ କିମ୍ବା ଯେଉଁ ସ୍ଥାନରେ ମଦ ବିକ୍ରି କରିବା ପାଇଁ ସରକାର ଦୋକାନଙ୍କୁ ସ୍ୱୀକୃତି ଦେଇଥାନ୍ତି ସେହି ଦୋକାନ ରେ ହିଁ ମଦ ବିକ୍ରି ହେଵ କିନ୍ତୁ ଘରେ ଘରେ ,ଦିନ ଦି ପହରେ ବୁଲି, ବୁଲି ଚୋରା ମଦ ବିକ୍ରି କରାଯାଉଛି। ସବୁ ଜାଣି ଶୁଣି ଚୁପ ବସିଛି ଜିଲ୍ଲା ଅବକାରୀ ବିଭାଗ। ଚୋରା ମଦ ପିଇ ଦିନ କୁ ଦିନ ନିରୀହ କୋରାପୁଟିଆ ଙ୍କ ଜୀବନ ଯାଉଥିବା ବେଳେ କମ ବୟସ ରେ ମହିଳା ମାନେ ବିଧବା ହେଉଥିବା ଦେଖିବାକୁ ମିଳୁଛି। ନିଜ ଘରେ ଖାଇବାକୁ ନ ଥିଲେ ମଧ୍ୟ ଘରେ ଥିବା ଚାଉଳ, ବାସନ, କୁସନ୍ ବିକ୍ରି କରି ମଦ ପିଉଥିବା ଗାଁରେ ଦେଖୁବାକୁ ମିଳୁଛି। ଯାହା ଫଳ ରେ ସ୍ୱାମୀ, ସ୍ତ୍ରୀ, ବାପ ,ପୁଅ , ଭାଇ ,ଭାଇ, ସାଙ୍ଗ , ସାଥୀ ମଧ୍ୟରେ ଗଣ୍ଡଗୋଳ ଦିନକୁ ଦିନ ବଢ଼ି ଚାଲୁଛି। ମଦ ମାଲିକଙ୍କ ନିର୍ଦ୍ଦେଶରେ ଜିଲ୍ଳାର ଅବକାରୀ ବିଭାଗ କାମ କରୁଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏହି ଚୋରା ମଦ ବିଷୟରେ କୋରାପୁଟ ଅବକାରୀ ଅଧିକ୍ଷକ ଙ୍କୁ ପଚାରିବାରୁ କହୁଛନ୍ତି ଯେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।କିନ୍ତୁ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଉ ନଥିବାରୁ ଯୋଉ ହାରରେ ଅବକାରୀ ବିଭଗର ରାଜସ୍ବ ଆସିବା କଥା ତାହା ଆସି ପାରୁ ନାହିଁ ଏବଂ ଏହି ଠାରୁ ଜଣା ପଡୁଛି ଯେ ଚୋରା ମଦ ବେପାରୀ ଓ ଜିଲ୍ଲା ଅବକାରୀ ବିଭାଗ ମଧୁ ଚନ୍ଦ୍ରିକା ରେ ମାତିଛନ୍ତି। ସରକାର ଙ୍କ ନିୟମ, କାନୁନ୍ ଓ ରାଜସ୍ବ କୁ ଫୁ କରିଦିଆ ଯାଉଛି।