କୋରାପୁଟ ପଞ୍ଚାୟତ ଉନ୍ନୟନ କାର୍ଯ୍ୟରେ ଅବହେଳା ଅଭିଯୋଗ

କୋରାପୁଟ,(ହେମନ୍ତ ପାଣଗ୍ରାହୀ) : କୋରାପୁଟ ପଞ୍ଚାୟତ ସମିତିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ଅବହେଳା କରାଯାଉଥିବା ସରପଞ୍ଚ ମାନେ ଅଭିଯୋଗ କରିଛନ୍ତି।କୋରାପୁଟ ପଞ୍ଚାୟତ ସମିତି ବୈଠକରେ ଉପସ୍ଥିତ ସରପଞ୍ଚ ମାନେ ଅଭିଯୋଗ କରିବା ସହ ବିଧାୟକଙ୍କ ଉପସ୍ଥିତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି।
କୋରାପୁଟ ବ୍ଲକ ଅଧ୍ୟକ୍ଷା ନମିତା ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଆୟୋଜନ କରାଯାଇଥିଲା ।ପ୍ରାରମ୍ଭରେ ବ୍ଲକର ସହକାରୀ ଯନ୍ତ୍ରୀ ସ୍ୱର୍ଗତ ପ୍ରମୋଦ କୁମାର ଦାସ ଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ପୂର୍ବରୁ ୪ ଜଣ କନିଷ୍ଠ ଯନ୍ତ୍ରୀ ଓ ଅଳ୍ପ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଖୁବ୍ ଭଲ କାମ ହେଉଥିଲା ।କିନ୍ତୁ ବର୍ତ୍ତମାନ ଉନ୍ନୟନ କାର୍ଯ୍ୟ ସେଭଳି ହେଉ ନ ଥିବା ମାନବର ସରପଞ୍ଚ ଲବ ମୁଦୁଲି ଅଭିଯୋଗ କରିଛନ୍ତି।ଏଠାରେ ଅଫିସର ରାଜ ଭଳି କାର୍ଯ୍ୟ ହେଉଥିବା ସେ ଆହୁରି ଅଭିଯୋଗ କରିଛନ୍ତି। ଉନ୍ନୟନ କାର୍ଯ୍ୟ ଶେଷ ହୋଇଯାଇଥିଲେ ସୁଦ୍ଧା ବିଲ ପାସ କରାଯାଉ ନାହିଁ।ଯଦ୍ୱାରା କାର୍ଯ୍ୟ କରୁଥିବା ଠିକାଦାର ମାନେ ଚିନ୍ତାରେ ରହୁଥିବା ସେ କହିଛନ୍ତି। ବିନା ସରପଞ୍ଚଙ୍କ ସହଯୋଗରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ ।ତେଣୁ ଗାଁର ବିକାଶ ପାଇଁ ସରପଞ୍ଚ ମାନଙ୍କର ସହଯୋଗ ନେବାକୁ ସେ ନିବେଦନ କରିଥିଲେ । ଯଦି ସରପଞ୍ଚ ମାନଙ୍କର ଦାବି ସମାଧାନ ନ ହୁଏ ତେବେ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ନିକଟରେ ଦାବି ରଖିବୁ । ତଥାପି ଯଦି କୌଣସି ସମାଧାନ ନ ହୁଏ ତେବେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସେ କହିଛନ୍ତି। ସମସ୍ତଙ୍କ ସହଯୋଗରେ ପଞ୍ଚାୟତ ତଥା ଗାଁର ବିକାଶ ହୋଇପାରିବ ବୋଲି କୋରାପୁଟ ବିଧାୟକ ରଘୁରାମ ମାଛ କହିଛନ୍ତି।କିଛି ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ସମସ୍ୟା ରହିଥିବାରୁ ସରପଞ୍ଚ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ ବୋଲି ସେ କହିଛନ୍ତି।କେଉଁ କାରଣ ପାଇଁ ପାନୀୟ ଜଳ ଯୋଗାଣ ସମସ୍ୟା ରହିଛି ତାହାର ଏକ ରିପୋର୍ଟ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନା କରାଯାଇ ଯେପରି ଖରା ଦିନରେ ସମସ୍ତ ପଞ୍ଚାୟତ ବାସୀ ପାନୀୟ ଜଳ ପାଇ ପାରିବେ ସେଥି ପ୍ରତି କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି। ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି।ତେଣୁ ପଲ୍ଲୀସଭା ଓ ଗ୍ରାମସଭା ମାଧ୍ୟମରେ ପ୍ରକଳ୍ପ ଆସିଲା ପରେ କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି ସେ କହିଛନ୍ତି । କୋରାପୁଟ ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ,ବ୍ଲକ ଉପାଧ୍ୟକ୍ଷ ଶିବ ଗୋଲରୀ,କୋରାପୁଟ ବିଡ଼ିଓ ଦେବାଶିଷ ଗୌଡ଼, ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଷାର କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ଜାନୀ, ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ଦେବଦତ୍ତ ବେହେରା,ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ଶୁଭ୍ରାଲିନ ରାଉତରାୟ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ଅଧିକାରୀ ଏବଂ ପଞ୍ଚାୟତ ସମିତିର ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ। ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଅଶୋକ ଶତପଥି ଏବଂ ଡୁମୁରିପଦର ଆକାଉଣ୍ଟାଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର ଭୌମ୍ୟ ରଞ୍ଜନ ନାୟକ ଯୋଗଦେଇ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ