କୋରାପୁଟ ରେ କଂଗ୍ରେସର ବନ୍ଦ ପାଲନ ସଫଳ
ଜୟପୁର,(ଓ୍ବାଇଏନ୍ଏସ୍): ପେଟ୍ରୋଲ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ବ୍ୟାପି ୬ ଘଣ୍ଟା ବନ୍ଦ ପାଳନ କରିଛି ପ୍ରଦେଶ କଂଗ୍ରେସ କମିଟି । ଏହାର ପ୍ରଭାବ ଜୟପୁର ରେ ମଧ୍ୟ ଦେଖିବାକୁ ମିଳିଛି । କୋରାପୁଟ ଜିଲା କଂଗ୍ରେସ କମିଟି ସଭାନେତ୍ରୀ ମାନିକ୍ଷି ବାହାନିପତି ଙ୍କ ଆହ୍ୱାନରେ କୋରାପୁଟ ଜିଲା ଠପ ହୋଇଥିବା ବେଳେ ଜୟପୁର ରେ ବିଧାୟକ ତାରା ପ୍ରସାଦ ବାହିନିପତି ଙ୍କ ନେତୃତ୍ୱରେ ଆନ୍ଦୋଳନ ଜାରୀ ରହିଛି । ଜୟପୁର ଦେଇ ଯାଇଥିବା ଜାତୀୟ ରାଜପଥ ୨୬ର ମୁଖ୍ୟ ଟ୍ରାଫିକ ଛକ ନିକଟରେ କଂଗ୍ରେସ କର୍ମି ଓ ନେତା ମାନେ ରାସ୍ତା ଅବରୋଧ କରିଥିବା ବେଳେ ଉଭୟ ପଟେ ଶହ ଶହ ଯାନ ବାହାନ ଅଟକିଥିବା ବେଳେ ସରକାରୀ ବସଷ୍ଟାଣ୍ଡରେ ମଧ୍ୟ ବସ ଅଟକି ରହିଛି । କାଶ ୭ଟାରୁ ଏହା ଆନ୍ଦୋଳନ ଜାରି ରହିଥିବା ବେଳେ ଚକଅଖ, ଦୋକାନ, ବଜାର, ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ ରହିଛି । ସ୍ୱତ୍ତଃ ପ୍ରବୃତ ଭାବେ ଦକାନ ବଜାର ବନ୍ଦ କରି ଲୋକ ମାନେ ସାମିଲ ହୋଇଥିବା ବେଳେ ଜରୁରୁ ସେବାକୁ ବାଦ ବେଦ ଦିଆଯାଇଛି । ଜିଲାର ପ୍ରତ୍ୟେକ ପଞ୍ଚାୟତ ବ୍ଲକରେ ଏହି ବନ୍ଦପାଳନ ଦେଖିବାକୁ ମିଳିଛି । ଏମିତିକି କଂଗ୍ରେସ କର୍ମି ମାନେ ଜାତୀୟ ରଜପଥ ୨୬ ରେ ଧାରଣାରେ ବସିଥିବା ବେଲେ ବାଇକ ଶୋଭାଯାତ୍ରା ବାହାରି ଲୋକଙ୍କୁ ସଚେତନ କରିଥିବା ଲକ୍ଷ୍ୟ କରାଯାଇଛି । ରାସ୍ତା ରୋକରେ ବିଧାୟକ ତାରା ପ୍ରସାଦ ବାହିନିପତି, ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟ. ମହିଳା କଂଗ୍ରେସ ସଭାନେତ୍ରୀ ନଳିନି ରଥ, ବୁଲୁ ସାହୁ, ନିହାର ବିଯୋଇ, ନରି ମହାନ୍ତି ସମେତ ଶାତିଧିକ କଂଗ୍ରେସ କର୍ମି ଉପସ୍ଥିତ ଥିଲେ ।