କୋରାପୁଟ ରେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା
କୋରାପୁଟ,(ହେମନ୍ତ ପାଣଗ୍ରାହୀ) : ଓଡ଼ିଶାର ଉଚ୍ଚତମ ପର୍ବତ ଶୃଙ୍ଗ ଦେଓ ମାଳିର ପାଦଦେଶରେ ଅବସ୍ଥିତ ତଳମାଳି ରେ ନିର୍ମିତ ହେଉଥିବା ଟଲିଉଡ୍ ଫିଲ୍ମ ଏସ୍ଏସ୍ଏମବି-୨୯ ର ମୂଖ୍ୟ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜି କୋରାପୁଟ ଆସି ପହଞ୍ଚିଛନ୍ତି। ହାଇ ବଜେଟ୍ ରେ ନିର୍ମାଣ ହେବାକୁ ଯାଉଥିବା ସାଉଥ୍ ଫିଲ୍ମ୍ ସୂଟିଂ ପାଇଁ ବଲିଉଡ ଜଗତର ସୁପର ଷ୍ଟାର୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଆଜି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ କୋରାପୁଟ ଜିଲ୍ଲା ସେମିଳିଗୁଡାରେ ଏକ ସ୍ଥାନୀୟ ହୋଟେଲର କଡ଼ା ସୁରକ୍ଷା ବଳୟରେ ରହିଛନ୍ତି। ଆସନ୍ତା କାଲି ତାଲାମାଳି ଠାରେ ଫିଲ୍ମ୍ ସୁଟିଂ ସେଟ ରେ ସେ ଯୋଗଦେବେ। ଫିଲ୍ମ ର ମୂଖ୍ୟ ଭୂମିକା ରେ ଅଭିନେତା ତେଲୁଗୁ ସୁପରଷ୍ଟାର ମହେଶ ବାବୁ ପୂର୍ବ ରୁ ଆସି କୋରାପୁଟ ସୁଟିଂ ସେଟ୍ ରେ ଯୋଗ ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ଭାରତର ସୁପ୍ରସିଦ୍ଧ ଚଳଚିତ୍ର ନିର୍ମାତା ତଥା ନିର୍ଦେଶକ ଏସ୍ଏସ୍ ରାଜାମୌଲି ଆଗାମୀ ଚଳଚ୍ଚିତ୍ର ପାଇଁ ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ ଜିଲ୍ଲା ର ଦେଓ ମାଳି ଓ ତାଲାମାଳିକୁ ପ୍ରଥମ ପସନ୍ଦ କରିଛନ୍ତି। ଏହି ସିନେମା ଏକ ହାଇ ବଜେଟ୍ ରେ ନିର୍ମିତ ହେବାକୁଥିବା ଜଣାପଡିଛି।