କୋରାପୁଟ ଲୋକସଭା ପାଇଁ ସଂଯୋଜକ ହେଲେ ପୀତବାସ ପଣ୍ଡା
ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ):ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ,ପିସିସି ସଭ୍ୟ ତଥା ରାଜ୍ୟ ଆଇନଜୀବି ପରିଷଦ ସଦସ୍ୟ ପୀତବାସ ପଣ୍ଡା କୋରାପୁଟ ଲୋକସଭା ଆସନ ପାଇଁ ସଂଯୋଜକ ଭାବରେ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ନିଯୁକ୍ତି ଦିଆଯାଇଛି । ଆସନ୍ତା ସଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କୋରାପୁଟ ଲୋକସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ଉତ୍ତମ ପ୍ରଦର୍ଶନ ଓ ନିର୍ବାଚନ ସଂଯୋଜନା କରିବା ପାଇଁ ଦିଆଯାଇଥିବା ଏହି ଦାଇତ୍ଵକୁ ଶ୍ରୀ ପଣ୍ଡା ସୁଚାର ରୂପେ ତୁଲାଇବେ ବୋଲି ଆଶା କରାଯାଉଛି ।ଏହି ନିଯୁକ୍ତି ପାଇଁ ଶ୍ରୀ ପଣ୍ଡା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।