କୋରୁଅରେ ଦେବ ଦମ୍ଫତିଙ୍କ ବିବାହ ଅନୁଷ୍ଠିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ୍):ନାଉଗାଁ ବ୍ଳକ ଅନ୍ତର୍ଗତ କୋରୁଅସ୍ଥିତ ନିଳକଣ୍ଠେଶ୍ୱର ମହାଦେବ ମନ୍ଦିରରେ ଶୁକ୍ରବାର ପବିତ୍ର ଶୀତଳ ଷଷ୍ଠୀ ଅବସରରେ ଦେବ ଦମ୍ଫତିଙ୍କ ବିବାହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ସମୟରେ ମନ୍ଦିର ପରିସରରେ ମା ପାର୍ବତୀଙ୍କର ମଙ୍ଗନ କାର୍ଯ୍ୟ କରାଯାଇଥିଲା । ରିତିନୀତି ପୂର୍ବକ ବରଧରା ପହଂଚିବା ପରେ ପୂଜାର୍ଚ୍ଚନା କରାଯାଇଥିଲା । ସଂଧ୍ୟାରେ ସେଠାରୁ ବର ବାହାରି ବାଣ ରୋଷଣୀ ଆଦି ପ୍ରୋସେସନ କରି ନିଳକଣ୍ଠେଶ୍ୱର ମନ୍ଦିର ପରିସରକୁ ଆସିଥିଲେ । ମନ୍ଦିର ପରିସରରେ ବରକୁ ବାଟ ବରଣ କରିବା ପରେ ଠାକୁରଙ୍କୁ ମନ୍ଦିର ପରିସରକୁ ପାଛୋଟି ନିଆଯାଇଥିଲା । ସେଠାରେ କନ୍ୟାପିତା ଭାବେ ଅର୍ଜ୍ଜୁନ ପଣ୍ଡା ଓ ବରପିତା ରବିନ୍ଦ୍ର ପଣ୍ଡା ଭାବେ ବାବା ନିଳକଣ୍ଠେଶ୍ୱର ଓ ମାତା ପାର୍ବତୀଙ୍କୁ ବିବାହ କରାଇଥିଲେ । ଦେବ ଦମ୍ଫତିଙ୍କର ଏହି ବିବାହ କାର୍ଯ୍ୟ ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମହାଦେବ ସାହୁ, ଉଲ୍ଲାସ ନାୟକ, ରମେଶ ବିଶ୍ୱାଳ, ଗୁନାକର ଦଳାଇ, ସଂପଦ ଦଳାଇ, ଅରଣ୍ୟ ନାୟକ, ମନୋଜ ସ୍ୱାଇଁ ଓ ଗ୍ରାମର ସମସ୍ତ ଶ୍ରଦ୍ଧାଳୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ