କୋରୁଅରେ ନୂତନ ବିଗ୍ରହ ପ୍ରତିଷ୍ଠା ଓ ସନ୍ଥ ସମ୍ମିଳନୀ

ନାଉଗାଁ,:ନାଉଗାଁ ବ୍ଲକସ୍ଥିତ କୋରୁଅ ଗ୍ରାମର ଦାଣ୍ଡଛନ୍ଦା ଠାରେ ମହାପ୍ରଭୁ ତ୍ରିନାଥ ଠାକୁରଙ୍କ ସମେତ ଶ୍ରୀ ଗଣେଶ ଓ ମା ତାରିଣୀଙ୍କର ତିନୋଟି ମନ୍ଦିର ନିର୍ମାଣ କରାଯାଇ ବିଗ୍ରହମାନଙ୍କୁ ବିଧି ବିଧାନର ସହିତ ସ୍ଥାପନ ଓ ପୂଜାର୍ଚ୍ଚନା କରାଯାଇଛି । ଏହି ପ୍ରତିଷ୍ଠା ଉତ୍ସବ ଅବସରରେ ୭ଦିନ ବ୍ୟାପୀ ଅଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା । ଗ୍ରାମବାସୀଙ୍କ ପକ୍ଷରୁ ବିରାଟ ପଟୁଆରରେ ଶୁଭ କଳସ ଯାତ୍ରା କରାଯାଇ ବଂଧମୁଣ୍ଡାସ୍ଥିତ ଗୋବରୀ ନଦିର ଜମୁନ୍ନାସ୍ନାନ ଘାଟରୁ ପୂର୍ଣ୍ଣ କଳସ ଆଣି ସ୍ଥାପନ କରାଯାଇଥିଲା । ପରେ ସୂର୍ଯ୍ୟପୂଜା, ଗୋପୂଜା, ବିଶ୍ୱକଲ୍ୟାଣ ମହାଯଜ୍ଞ,ପୂର୍ଣ୍ଣହୁତି ମହୋତ୍ସବ, ଅଷ୍ଟମ ପ୍ରହର ନାମଯଜ୍ଞ ଆଦି କରାଯାଇଥିଲା । ଏହି ଅବସରରେ ଆୟୋଜିତ ସନ୍ଥ ସମ୍ମିଳନୀରେ ନିଖିଳ ଉକ୍ରଳ ସାଧୁ ସନ୍ଥ ସମାଜର ସଭାପତି ମହନ୍ତ ମହରାଜ ଚିନ୍ତାମଣୀ ପର୍ବତ ଗୋସ୍ୱାମୀ,ଭାଗବତ ପୁତ୍ର ବାବା ସତ୍ୟାନନ୍ଦ ଦାସ, ବାବା ଆଦିତ୍ୟ ନାରାୟଣ ଦାସ,ବାବା ହରେକୃଷ୍ଣ ଦାସ ପ୍ରମୁଖ ସମବେତ ଭକ୍ତମାନଙ୍କୁ ଆଶ୍ରୀବଚନ ପ୍ରଦାନ କରିଥିଲେ । ପ୍ରତ୍ୟେହ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାସୁଦେବ ନୃତ୍ୟ କଳା ଏକାଡେମୀ ଓ ଉକ୍ରଳ ଭାରତୀ କଳା ବିକାଶ କେନ୍ଦ୍ର ପକ୍ଷରୁ ଓଡିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶିକ୍ଷକ ନିରଂଜନ ମହାନ୍ତି ଓ ଅଧ୍ୟାପକ ଚୌଧୁରୀ ବିନେଶ ଦାସ ଓ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା ପ୍ରମୁଖ ସଂଯୋଜନା କରିଥିଲେ । ଉକ୍ରଳ ଭାରତୀ କଳା ବିକାଶ କେନ୍ଦ୍ରର ନୃତ୍ୟଗୁରୁ ସୁଶ୍ରୀ ମଣିକର୍ଣ୍ଣିକା ଓ ଶ୍ରୀମାନ ସୁଦର୍ଶନଙ୍କୁ ସମାଜସେବୀ ଗୁନାକର ଦଳାଇ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ