କୋରୁଅ ପଂଚାୟତରେ କରୋନା ସଚେତନତା କାର୍ଯ୍ୟକ୍ରମ
ନାଉଗାଁ,(ଓ୍ବାଇଏନ୍ଏସ୍):ନାଉଗାଁ ବ୍ଲକ ଅନ୍ତର୍ଗତ କୋରୁଅ ପଂଚାୟତସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ପଂଚାୟତ ପକ୍ଷରୁ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନତା କାର୍ଯ୍ୟକ୍ରମ ପଂଚାୟତର ନାଏବ ସରପଂଚ ମିନାରାନୀ ଜେନାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପଂଚାୟତର କାର୍ଯ୍ୟ ନିବାହୀ ଅଧିକାରୀ ପ୍ରସନ୍ନ ପରିଡା ଯୋଗ ଦେଇ ସର୍ବସାଧାରଣରେ ପାନ ଛେପ ନ ପକାଇବା, ସମଦୂରତା ରକ୍ଷା କରିବା, ଆବଶ୍ୟକ କାମ ପଡିଲେ ବାଇକରେ ଯିବା, ବାହାର ରାଜ୍ୟରୁ ଆସିଲେ କୋରାଂଟାଇନରେ ରହିବାକୁ ହେବ ବୋଲି ବୁଝାଇଥିଲେ । ଏଥିରେ ସମାଜସେବୀ ହିରଣ୍ୟ ନାୟକ, ଜିଆରଏସ ତୁଷାର ରଂଜନ ସ୍ୱାଇଁ, ଅଙ୍ଗନୱାଡି କର୍ମୀ ଚାରୁଲତା ଦଳାଇ , ସାବିତ୍ରୀ ଜେନା, ପଲ୍ଲୀବାଳା ବିସ୍ୱାଳ, ଅମିତା ସେଠୀ, ରିନାରାଣୀ ବିଶ୍ୱାଳ, ଆଶା କର୍ମୀ ବିଜୟଲକ୍ଷ୍ମୀ ସ୍ୱାଇଁ ସମେତ ପଂଚାୟତର ସମସ୍ତ ୱାଡ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାଉଗାଁ ବ୍ଲକର ସମସ୍ତ ସରପଂଚମାନଙ୍କୁ ଭିଡିଓ କନଫରେନ୍ସ ଜରିଆରେ ଶପଥ କରାଇ ପଂଚାୟତରେ କରୋନା ନ ପୁରାଇ ଦେବା ପାଇଁ ସଜାଗ ରହିବାକୁ କହିଥିଲେ ।


