କୋରୁଅ ପଂଚାୟତରେ ବିଜେଡିର ମିଶ୍ରଣ ପର୍ବ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ନାଉଗାଁ ବ୍ଲକ କୋରୁଅ ପଂଚାୟତରେ ବିଜୁ ଜନତା ଦଳ ତରଫରୁ ଏକ ମିଶ୍ରଣ ପର୍ବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ପଂଚାୟତ ସରପଂଚ ଅରଣ୍ୟ କୁମାର ନାୟକଙ୍କ ନେତୃତ୍ୱରେ ପଂଚାୟତର ବିଭିନ୍ନ ଗ୍ରାମରୁ ରବିନ୍ଦ୍ର ଜେନା, କ୍ଷୀରୋଦ ଚନ୍ଦ୍ର ଭୋଇ,ନଳିନୀ ଭୋଇ,ଭୀମସେନ ବିଶ୍ୱାଳ,ଝାଟୁ ମହାରଣା,ବସନ୍ତ ନାୟକ,ବିଜୟ ସ୍ୱାଇଁ,ବଳରାମ ମହାନ୍ତି,ବାବୁ ଦାସ,କେଦାରନାଥ ସ୍ୱାଇଁ,ଧଡି ଜେନା,ହୁର ନାୟକଙ୍କ ସମେତ ୧୨ ପୁରୁଣା କଂଗ୍ରେସ ପରିବାର ବିଜେଡିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ଜଗତସିଂହପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇ ସାମିଲ ହୋଇଥିବା କର୍ମୀମାନଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ । ଏହି ମିଶ୍ରଣ ପର୍ବରେ ବ୍ଲକ ସଭାପତି ସୁଜିତ ମଲ୍ଲିକ,ବ୍ଲକ କାର୍ଯ୍ୟକାରୀ ସଭାପତି ପ୍ରଭୁଚରଣ ଦାସ,ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରାଙ୍କ ସହିତ ପଂଚାୟତର ବିଜେଡି କର୍ମୀ ରଂଜନ ଦାସ,କୈଳାସ ଦଳାଇ,ସୁଶାନ୍ତ ପରିଡା,ଉଲ୍ଲାସ ବିଶ୍ୱାଳ,ଯୁଧିଷ୍ଟିର ବିଶ୍ୱାଳ,ଲୋଚନ ସ୍ୱାଇଁ,ନିର୍ଭୟ ନାୟକ,ଲକ୍ଷ୍ମୀଧର ସ୍ୱାଇଁ ପ୍ରମୂଖ ଉପସ୍ଥିତ ଥିଲେ । ପଂଚାୟତ ସରପଂଚ ଅରଣ୍ୟ ନାୟକଙ୍କ ନେତୃତ୍ୱ ଓ ନବୀନ ପଟ୍ଟନାୟକଙ୍କ ସ୍ୱଛ ଶାସନ ପ୍ରତି ଅନୁପ୍ରାଣୀତ ହୋଇ ବିଜେଡିରେ ସେମାନେ ବିଜେଡିରେ ସାମିଲ ହୋଇଥିବା କହିଥିଲେ ।


